ଅଭିନେତା ଅନୁଭବଙ୍କ ବଢିଲା ଅଡୁଆ, ପୁଣି ଚାଲିବ ବିବାହ ବିଚ୍ଛେଦ ମାମଲା

ଭୁବନେଶ୍ୱର: ଅଭିନେତା ଅନୁଭବ ମହାନ୍ତିଙ୍କ ବଢିଲା ଅଡୁଆ। ଆବେଦନ ଖାରଜ କଲେ ହାଇକୋର୍ଟ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା । ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର୍ଯାତନା ପାଉଥିବା ଅଭିଯୋଗ କରିଥିଲେ। ଏନେଇ ନିମ୍ନ ଅଦାଲତ ଚାଲିଥିବା ମାମଲା ଖାରଜ ପାଇଁ ଅନୁଭବ ଆବେଦନ କରିଥିଲେ।

ସୂଚନା ମୁତାବକ,ବର୍ଷା ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଓ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ଯାହାର ହାଇକୋର୍ଟ ବିଚାର କରି ନିଷ୍ପତ୍ତି ନେଇଛନ୍ତି । ଆଗକୁ ଅନୁଭବଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଚାଲିବା ସହ ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିବେ ହାଇକୋର୍ଟ ।

Comments (0)
Add Comment