ଜ୍ୱାଇଁ ଟାଙ୍ଗିଆ ମାଡ଼ରେ ବୃଦ୍ଧା ଶାଶୁ ଗୁରୁତର

ବାଲିଗୁଡା- ପାରିବାରିକ କଳହର କରୁଣ ପରିଣତି । ନିଶାସକ୍ତ ଜ୍ୱାଇଁର ଉନ୍ମୁକ୍ତ କାଣ୍ଡ । ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରି ବୃଦ୍ଧା ଶାଶୁଙ୍କୁ ଲହୁଲୁହାଣ କଲା ଜ୍ୱାଇଁ । କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡ଼ା ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ପରିବାର ଲୋକେ ବୃଦ୍ଧାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ସୂଚନା ପ୍ରକାରେ ସିର୍ତ୍ତିଗୁଡ଼ା ଗ୍ରାମର ପେଟି ମଳିକଙ୍କ ଜ୍ୱାଇଁ ସୁରତ ପ୍ରଧାନ ସବୁବେଳେ ନିଶାସକ୍ତ ହୋଇ ପରିବାରରେ ଝଗଡ଼ା କରେ । ଆଜି ସକାଳେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ସ୍ତ୍ରୀ ସହ ବଚଶାରୁ ସୁରତ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ଆକ୍ରମଣ କରିବା ବେଳେ ସୁରତଙ୍କ ବୃଦ୍ଧା ଶାଶୁ ପେଟି ମଳିକ ଛଡ଼ାଇବାକୁ ଯାଇଥିବା ବେଳେ ସୁରତ ବୃଦ୍ଧା ଶାଶୁଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଫଳରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଯାଇଥିଲେ । ସେପଟେ ଆକ୍ରମଣ କାରୀ ଘଟଣାସ୍ଥଳରୁ ଫେରାର ସୋଇଯାଇଥିବା ବେଳେ ପରିବାର ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡ଼ିଛି ।

Comments (0)
Add Comment