ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳକୁ ନେଇ ସ୍କୁଲରେ ଉତ୍ତେଜନା, ବିଇଓ କହିଲେ ଏମିତି

ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଝାଂକ୍ରିପାଲି ଗାଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଯାଇଥିବା ଚାଉଳ ମଧ୍ୟରେ ପ୍ଲାଷ୍ଟିକ ଭଳି ଚାଉଳ ମିଶିଥିବା ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା । ବିଦ୍ୟାଳୟକୁ ଯୋଗାଯାଇଥିବା ଚାଉଳକୁ ଧୋଇ ରୋଷେଇ କଲା ବେଳେ କିଛି ଚାଉଳ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ତାହା ପୁଣି ପ୍ଲାଷ୍ଟିକ ଚାଉଳ ଭଳି ଦିଶୁଥିବା ଦେଖି ବିଦ୍ୟାଳୟରେ ଅଭିଭାବକ ମାନେ ପହଞ୍ଚି ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅପମିଶ୍ରଣ ହୋଇଥିବା କହି ଉତ୍ତେଜନା ପ୍ରକାଶ ପାଇବା ସହ ମଧ୍ୟାହ୍ନ ଭୋଜନ ନଖାଇବା ପାଇଁ ପିଲାମାନଙ୍କୁ କହିଥିଲେ । ସ୍କୁଲ କମିଟି ସଭାପତି ଜଳଧର ତାଣ୍ଡିଙ୍କୁ ଅଭିଭାବକମାନେ ଫୋନ ଯୋଗେ ଜଣାଇଥିଲେ । ହେଲେ ଏନେଇ ଖପ୍ରାଖୋଲ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତକୁ ପଚାରିବାରୁ ଚଳିତ ମାସରୁ ସାରା ରାଜ୍ୟରେ ପ୍ରତି କ୍ୟୁଇଣ୍ଟାଲରେ ଏକ କେଜି ହିସାବରେ ଭିଟାମିନ ଯୁକ୍ତ ଚାଉଳ ମିଶୁଛି ଯାହାକି ପ୍ଲାଷ୍ଟିକ ଚାଉଳ ଭଳି ଦିଶୁଥିବା କହିଥିଲେ । ଏନେଇ ଆମ ଅଫିସକୁ ଚିଠି ହୋଇଛି । ଆଗାମୀ ଦିନରେ ସମସ୍ତଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି ।

Comments (0)
Add Comment