ପୁରୀ- ଶ୍ରୀମନ୍ଦିର ଆନନ୍ଦବଜାରରେ ମୋବାଇଲ ଫୋନ୍ ରେ କଥା ହେବା ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ। ମୋବାଇଲ ଫୋନ୍ ରେ କଥା ହେଉଥିବା ବ୍ୟକ୍ତି ଜଣକ ନାଁ ରେ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ପୋଲିସ ସମ୍ପୃକ୍ତ ବ୍ୟକ୍ତିର ମୋବାଇଲ ଫୋନ୍ ଜବତ୍ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଦୋଳମଣ୍ଡପ ସାହିର ରମେଶ ଚନ୍ଦ୍ର ସାହୁ। ଆନନ୍ଦବଜାରରେ ଅବଢ଼ା ଦୋକାନରେ କାମ କରନ୍ତି ରମେଶ। ତେବେ ଶ୍ରୀମନ୍ଦିର ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରି ରମେଶ ଆନନ୍ଦବଜାରରେ ମୋବାଇଲ ଫୋନ୍ ରେ କଥା ହେଉଥିବା ଦୃଶ୍ୟ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା। ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସିଂହଦ୍ଵାର ଥାନାରେ ଅଭିଯୋଗ କରିଥିଲେ। ସିଂହଦ୍ଵାର ଥାନା ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଜବତ କରିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ। ଶ୍ରୀମନ୍ଦିର ସୁରକ୍ଷାକୁ ପୋଲିସ ସବୁବେଳେ ପ୍ରାଥମିକତା ଦେଇ ଆସୁଛି। ସେହିପରି ଶ୍ରୀମନ୍ଦିର ଭିତରୁ ବିଭିନ୍ନ ସମୟରେ ପୋଲିସ ୧୬ ଟି ଚଷମା ଯୁକ୍ତ ହିଡେନ୍ କ୍ୟାମେରା ଜବତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ।