ବାଲିଗୁଡ଼ାରେ ସଂକୁଳ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ “ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଯୋଗଦେଇ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜ୍ଞାନର ମହତ୍ଵ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏହି ମେଳାରେ ବାଲିଗୁଡ଼ା ସଙ୍କୁଳର ୫ଟି ଶିଶୁ ମନ୍ଦିରର ଯଥା ବାଲିଗୁଡ଼ା, ତୁମୁଡ଼ିବନ୍ଧ,କ.ନୁଆଗାଁ,ରାଇକିଆ ଓ ଦାରିଙ୍ଗବାଡ଼ିର ସମସ୍ତ ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ପ୍ରମୁଖ ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମଟି କିଭଳି ସୂଚାରୁରୂପେ କିଭଳି ସମ୍ପାଦନ ହେବ ତାହାର ତଦାରଖ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୬୦ ଶିଶୁ ବିଭିନ୍ନ ପ୍ରତିଯୋଗିତା ଯେପରିକି ବିଜ୍ଞାନ ଓ ଗଣିତ ପ୍ରକଳ୍ପରେ ୩୫,ବିଜ୍ଞାନ ଓ ଗଣିତ ପ୍ରୟୋଗରେ ୨୦ ସଂସ୍କୃତିଜ୍ଞାନ,ବିଜ୍ଞାନ ଓ ଗଣିତ ପ୍ରଶ୍ନମଞ୍ଚରେ ୭୫,ମୂର୍ତ୍ତୀକଳ।ରେ ୫,ନିବନ୍ଧ ୧୦ ଓ ପତ୍ର ବାଚନରେ ୧୦ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୨୫ ଜଣ ନିର୍ଣ୍ଣାୟକ ଉପସ୍ଥିତ ରହି ଶିଶୁଙ୍କର ମୂଲ୍ୟାୟନ କରିଥିଲେ ।
ପରବର୍ତ୍ତୀ ପର୍ଯ୍ୟାୟରେ ଅପର।ହ୍ଣ ୩:୩୦ ଘଟିକାରେ ଏହି ମେଳାର ସମାରୋପ ଉଦଯାପନ ଉତ୍ସବର ଆୟୋଜନ କରଯାଇଥିଲା । ଉଦଯାପନୀ ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଞ୍ଜୀବ କୁମାର ରୁପମାଝୀ ଯୋଗଦେଇ ଉପସ୍ଥିତ କୁନି କୁନି ବିଜ୍ଞାନୀଙ୍କ ଉଦ୍ଦେଶ୍ୟରେ ବିଜ୍ଞାନର ମହତ୍ତ୍ଵ ଓ ସଂସ୍କୃତିର ମହତ୍ତ୍ୱ ଆଗାମୀ ପିଢ଼ି ନିମନ୍ତେ କେତେ ଯେ ଗୁରୁତ୍ତ୍ଵପୂର୍ଣ୍ଣ ସେନେଇ ଆଲୋକପାତ କରିଥିଲେ । ବାଲିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ମମତା ମହାରଣା ଜ୍ଞାନ ବିଜ୍ଞାନ ମେଳାର ବୃତ୍ତ କଥନ କରିଥିଲେ । ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ସୁଧାଂଶୁ ମୋହନ ପତି ସଂପୂର୍ଣ୍ଣ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ଦିଗାଲ ଓ ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ତଥା ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚଳନା ନିମନ୍ତେ ପ୍ରଚେଷ୍ଟା କରିଥିଲେ । ସର୍ବୋପରି ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ତୀର୍ଥବାସୀ ଘଡ଼େଇ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଗଣଙ୍କ ପରିଚୟ ପ୍ରଦାନ କରିବା ସହ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟିର ସୁପରିଚାଳନା ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତକାର୍ଯ୍ୟ ହୋଇଥିବା ଶିଶୁମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ଅକୁଣ୍ଠ ପରିଶ୍ରମ ଫଳରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଓ ଶାନ୍ତି ମନ୍ତ୍ର ତଥା ବନ୍ଦେମାତରମ ଗାନ କରାଯାଇ କାର୍ଯ୍ୟକ୍ରମ ସମାପନ କରଯାଇଥିଲା ।

Comments (0)
Add Comment