ବନ ବିଭାଗ କର୍ମଚାରୀ ଶିବରାମ ସାବତ ସମ୍ମାନିତ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ବନଖଣ୍ଡ ତଥା ଦେବଗିରି ବନାଞ୍ଚଳରେ କାର୍ଯ୍ୟରତ ବନବିଭାଗ କର୍ମଚାରୀ ଶିବରାମ ସାବତଙ୍କୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୨ ପାଳନ ଅବସରରେ ରାଜ୍ୟସ୍ତରୀୟ ସମ୍ମାନସ୍ୱଦ ଶ୍ରୀ ସାବତଙ୍କୁ ମାନ ପତ୍ର ମେଡେଲ ୧୦ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି । ବିଶ୍ୱ ବନ ଦିବସ ପାଳନ ଉତ୍ସବରେ ଯୋଗ ଦେଇଥିବା ରାଜ୍ୟ ଜଙ୍ଗଲ ବିଭାଗ ସଚିବ ଶ୍ରୀମତୀ ଡ. ମୋନା ଶର୍ମା , ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥ, ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱବାଧାକ ସସି ପାଲ., ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଓଁ ପ୍ରକାଶ ସିଂ ପ୍ରମୁଖଙ୍କ ଉପସ୍ଥିତରେ ସମ୍ମାନସ୍ୱଦ ରାଜ୍ୟସ୍ତରୀୟ ପୁରସ୍କାର ଶ୍ରୀ ସାବତଙ୍କୁ ପ୍ରଦାନ କରିଥିଲେ ।
ପ୍ରକାଶଥାଉକି ଶ୍ରୀ ଶିବରାମ ସାବତ ୨୦୦୭ ମସିହ ବ୍ୟାଚ ବନ ବିଭାଗରେ ଜଣେ ବିଟ୍‌ଅଫିସର୍‌ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ୨୦୦୭ ରୁ୨୦୨୨ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ବନଖଣ୍ଡର ମୋହନା,କାଶିନଗର ଓ ପାରଳାଖେମୁଣ୍ଡି ରେଞ୍ଜରେ ବନ୍ୟଜନ୍ତୁ ସଂରକ୍ଷଣ, ଚାରା ପ୍ରସ୍ତୁତି, କାର୍ଯ୍ୟ, ପ୍ଲାଣ୍ଟେସନ କାର୍ଯ୍ୟ ଓ ପାରଳାଖେମୁଣ୍ଡି ତତ୍‌ ସଂଲଗ୍ନ ଆନ୍ଧ୍ର-ଓଡିଶା ସୀମାନ୍ତରେ ଚୋରାକାଠ ଚାଲାଣକୁ ବନ୍ଦକରି ସର୍ବାଧିକ ଗାଡି ଜବତଏବଂ ଆସାମୀକୁ କୋର୍ଟ ଚାଲାଣ କରି କର୍ତ୍ତବ୍ୟପରାୟଣ ଭାବେ ସୁଚାରୁ ରୁପେ ନିଜ ବିଭାଗରେ କାର୍ଯ୍ୟ ତୁଲାଇଥିଲେ । ତତ୍‌ ସଙ୍ଗେ ସଙ୍ଗେ ଚନ୍ଦନ ଓ ରକ୍ତଚନ୍ଦନ ଚୋରା ଚାଲାଣ ବେଳେ ସକ୍ରିୟ ଭୂମିକାରେ ଦୁଃସାହସିକ କାର୍ଯ୍ୟ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଜଣେ ସଚ୍ଚୋଟ, ନିଷ୍ଠାବାନ, ଦକ୍ଷ କର୍ମଚାରୀ ଭାବେ ଜଙ୍ଗଲ ସୁରକ୍ଷା ,ବନ ସଂରକ୍ଷଣ ଦାୟୀତ୍ୱ କୃତିତ୍ୱର ସହ ତୁଲାଇ ଥିବାରୁ ସେ ଅନେକଙ୍କ ମଧ୍ୟରେ ଜଣେ ଆଜି ରାଜ୍ୟସ୍ତରୀୟ ସମ୍ମାନସ୍ୱଦ ପୃରସ୍କାର ପ୍ରାପ୍ତ କରିଛନ୍ତି । ଯାହାକି ଗଜପତି ଜିଲ୍ଲା ପାଇଁ ଗୌରବ ର କାରଣ ହୋଇଛି ।ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ବେହେରା ,ଏସିଏଫ୍‌ ଶ୍ରୀ ଗୌରୀପ୍ରସାଦ ରଥ ଓ ଡିଭିଜନର ସମସ୍ତ କର୍ମଚାରୀ ଶିବରାମ ସାବତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments (0)
Add Comment