ସଡକ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ କାର ଯାତ୍ରୀ

ହରଭଙ୍ଗା :ଜାତୀୟ ରାଜପଥ ୫୭ରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛ ଓ ସିମେଣ୍ଟ ବେଞ୍ଚକୁ ଧକ୍କା ଦେଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଅନ୍ୟ ଜଣେ ଯାତ୍ରୀ । ଉକ୍ତ ସ୍ଥାନରେ ହମ୍ପ ଓ ଷ୍ଟ୍ରିଟ ଲାଇଟ ଚାଲୁ ପାଇଁ ଗ୍ରାମବାସୀଙ୍କ ଉଠିଲା ଦାବି । ସୂଚନା ଅନୁଯାଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ହରଭଙ୍ଗା ବ୍ଲକ ରାମ୍ଭିକଟା ଛକ ଠାରେ ଆଜି ପୁରୀରୁ ବଲାଙ୍ଗୀର ଅଭିମୁଖେ (ଓଡି ୧୩ଠ୨୪୦୨)ନଂ ଥିବା ଏକ କାର ଯୋଗେ ଦୁଇଜଣ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତା କଡରେ ଥିବା ଏକ ଗଛ ଓ ତ୍ରିନାଥ ମଣ୍ଡପରେ ଥିବା ଦୁଇଟି ସିମେଣ୍ଟ ବେଞ୍ଚକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଚାଳକ ଓ ବସିଥିବା ଅନ୍ୟ ଏକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡିର ଆଗ ଭାଗ ନଷ୍ଟ ହୋଇ ଥିବା ଜଣାପଡିଛି । ଅନ୍ୟ ପଟେ ଏକ ସପ୍ତାହ ପୂର୍ବରୁ ଏହି ସ୍ଥାନରେ ବାଇକ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିଲା ।

Comments (0)
Add Comment