ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଏଟି ହାଇସ୍କୁଲ ପଡିଆ ଠାରେ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି । ଏହାକୁ ଖଡ଼ିଆଳ ଯୁବରାଜ ଦେବଦେବ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ପରେ ଉଦଘାଟନୀ ମ୍ୟାଚ ବଲାଙ୍ଗୀର ଜିଲ୍ଲାର ଜୋରାବନ୍ଦ ଏବଂ କୁରସୁଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟସୀମା ମଧରେ ଉଭୟ ଦଳ ଆକ୍ରମାଣତ୍ମକ ଖେଳ ପ୍ରଦର୍ଶନ କରିଥିଲେ, ତେବେ ଖେଳର ଦ୍ୱିତୀୟାର୍ଦ୍ଧରେ ଜୋରାବନ୍ଦ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲା । ଫଳରେ ଜୋରାବନ୍ଦ ଦଳ ୧ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା । ମ୍ୟାଚକୁ ରେଫରୀ ଭାବରେ ତାପସ କୁମାର ପତି ଖେଳ ପରିଚାଳନା କରୁଥିବା ବେଳେ ଭାବରେ ଅମୁଲ୍ୟ ବାରିକ ଏବଂ ସୌରଭ ପଣ୍ଡା ସହଯୋଗ କରିଥିଲେ । ପ୍ରକାଶ ଯେ ଉକ୍ତ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ୧୪ ରେ ପଦାର୍ପଣ କରିଛି ଏବଂ ନିୟମିତ ଭାବରେ ରାଜା ଅନୁପ ସିଂଦେଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ତଥା ସ୍ଥାନୀୟ ଅଂଚଳର ଫୁଟବଲ ବିକାଶ ଏବଂ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଗତ ୧୪ ବର୍ଷ ହେଲା ନିୟମିତ ଭାବରେ ରାଜା ଅନୁପ ସିଂଦେଓଙ୍କ ନାତି କୁମାର ଅଙ୍କିତ ସିଂ ଦେଓ ଆୟୋଜନ କରିଆସୁଛନ୍ତି । ଟୁର୍ଣ୍ଣାମେଣ୍ଟକୁ ଆୟୋଜନରେ ଜିତେନ୍ଦ୍ର ନାୟକ, ବିବେକ ୟାଦବ, ପ୍ରଘୁଦତ୍ତ ଗୌଡ଼, ପ୍ରଶାନ୍ତ ପଟ୍ଟନାୟକ,ଦୀପକ ମହାପାତ୍ର, ନିରଞ୍ଜନ ପୋଡ଼,ମହମ୍ମଦ ଅକିବ ରାଜା, ପୁର୍ଣ୍ୟତୋଷ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।