ମଧ୍ୟାହ୍ନ ଭୋଜନରେ ବିସ୍କୁଟ ଖାଇଲେ ଛାତ୍ରଛାତ୍ରୀ

ଚମ୍ପୁଆ: ଚମ୍ପୁଆ ସଦର ମହକୁମାରେ ଥିବା ମହତାବ ଉଚ୍ଚ ବିଦ୍ୟାଳୟରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ବିନା ସୂଚନାରେ ପାଚିକା ସହାୟିକା ଷ୍ଟ୍ରାଇକରେ ଥିବା ଯୋଗୁଁ ହୋଇପାରିଲାନି ମଧ୍ୟାହ୍ନ ଭୋଜନ ରୋଷେଇ । ବିଦ୍ୟାଳୟ କର୍ତ୍ତୃପକ୍ଷ ରୋଷେଇ ହୋଇନଥିବା ଜାଣିବା ପରେ ସ୍ୱୟଂସହାୟକ ଗୋଷ୍ଠୀକୁ ଯୋଗାଯୋଗ କରିବାରୁ ପାଚିକା ଓ ସହାୟିକା ଷ୍ଟ୍ରାଇକରେ ଥିବା ଜାଣିବାକୁ ପାଇଥିଲେ । ପରେ ଛାତ୍ର ଛାତ୍ରୀ ମାନେ ବିସ୍କୁଟ ଖାଇ ସନ୍ତୁଷ୍ଟ ହୋଇଥିବା ଜଣାଯାଇଥିଲା । ସୂଚନା ଅନୁସାରେ ଚମ୍ପୁଆ ସଦର ମହକୁମାରେ ଏହି ପୁରାତନ ଉଚ୍ଚ ବିଦ୍ୟାଳୟରେ ୩୬୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନରେ ଭାତ, ତରକାରୀ ପ୍ରଦାନ କରାହୋଇ ଆସୁଥିଲା । ମାତ୍ର ଆଜି ଖାଇବା ଛୁଟି ସମୟରେ ପିଲାମାନେ ନିଜ ନିଜ ଥାଳି ଧରି ବାହାରିଥିବା ବେଳେ ରୋଷେଇ ହୋଇନଥିବା ଜଣାପଡିଥିଲା । ଏ ବିଷୟରେ ତୁରନ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଗୁଇଁଙ୍କୁ ଜଣାଇବାରୁ ସେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯୋଗାଯୋଗ କରି ପାଚିକା ଓ ସହାୟକା ଷ୍ଟ୍ରାଇକରେ ଥିବାରୁ ରୋଷେଇ ବନ୍ଦ ହୋଇଛି ବୋଲି ଜାଣିବାକୁ ପାଇଥିଲେ । ପରେ ପିଲା ମାନଙ୍କୁ ବିସ୍କୁଟ ମଗାଇ ଖାଇବାକୁ ଦିଆଯାଇଥିଲା । ଏନେଇ ଅବିଭାବକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଭାରପ୍ରାପ୍ତ ଶିକ୍ଷକ ଲୋକନାଥ ଗୁଇଁଙ୍କୁ ପଚାରିବାରୁ ପାଚିକା ସହାୟିକା ଷ୍ଟ୍ରାଇକରେ ରହିଥିବା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ରୋଷେଇ ହୋଇନଥିବା ବିଳମ୍ବରେ ଜଣାପଡିଥିଲା । ତେଣୁ ଆମ୍ଭେ କୌଣସି ବ୍ୟବସ୍ଥା କରିପାରି ନଥିଲୁ । ଫଳରେ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ବିସ୍କୁଟ ପ୍ରଦାନ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ।

Comments (0)
Add Comment