ହରଭଙ୍ଗା : ଜଣେ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର କରି ଅଡୁଆରେ ବୌଦ୍ଧ ଅବକାରୀ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ନିର୍ଜନ ସ୍ଥାନରେ ତନଖି ବେଳେ ଶିକ୍ଷୟତ୍ରୀଙ୍କୁ ଦୁର୍ବ୍ୟବହାର କରି ଉଠାଇ ନେଇ ଅବକାରୀ ବିଭାଗ ଗାଡିରେ ବସାଇବା ପରେ ବିବାଦ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଆଡେଣିଗଡ଼ ଗ୍ରାମର ଶିକ୍ଷୟତ୍ରୀ ଅନୁସୟା ନାଏକ ନିଜ କାର ଯୋଗେ ପୁରୁଣାକଟକରୁ ନିଜ ଘରକୁ ଫେରୁଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ଡିଗିସିରା ଜଙ୍ଗଲରେ ଚାରିଛକ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ ହେଉଥିଲା । ନିଛାଟିଆ ଜଙ୍ଗଲ ରାସ୍ତାରେ ବହୁ ଲୋକ ଠେଙ୍ଗାବାଡି ଧରି ଠିଆ ହୋଇ ଶିକ୍ଷୟତ୍ରୀଙ୍କ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ନିର୍ଜନରେ ନଅଟକି ଆଗରେ ଥିବା ତହସିଲ ଅଫିସ ନିକଟରେ ଅଟକିଥିଲେ । ଗାଡି ଅଟକିବା ପରେ ଅବକାରୀ ବିଭାଗ କର୍ମଚାରୀମାନେ ଆକ୍ରମଣ କରିବା ସହ ତାଙ୍କୁ ଅପମାନଜନକ ଅବସ୍ଥାରେ ଜବରଦସ୍ତି ଅବକାରୀ ଗାଡ଼ିରେ ବସାଇଥିବା ଶିକ୍ଷୟତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି । ଏଭଳି ଅପମାନ ପାଇବା ପରେ ତାଙ୍କୁ ନ୍ୟାୟ ନ ମିଳିବା ଯାଏ ଗାଡିରୁ ଓହ୍ଲାଇବେ ନାହିଁ ବୋଲି ଜିଦ୍ ଧରିଛନ୍ତି । ଏହି ଘଟଣା ନେଇ ଚାପା ଉତ୍ତେଜନା ସୃଷ୍ଟି ହେବା ସହ ପୁଲିସ ଏହାର ତଦନ୍ତ କରୁଛି ।