ଜୁଏଲାରୀ ମାଲିକଙ୍କଠାରୁ ଟଙ୍କା ଲୁଟ୍ ଅଭିଯୋଗ

ପୁରୀ- ଚନ୍ଦନପୁରର ରାଧାକାନ୍ତ ଜୁଏଲାରୀ ମାଲିକଙ୍କ ଠାରୁ ଟଙ୍କା ଲୁଟ୍ ଅଭିଯୋଗ। ମାଲିକ ସଞ୍ଜୟ ଦାସଙ୍କ ଠାରୁ 30 ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ଦେଢ଼ କିଲୋରୁ ଉର୍ଦ୍ଧ ସୁନା, ସହ 30 କିଲୋ ରୂପା ଦୁର୍ବୃତ୍ତମାନେ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଡିପୋଜିଟ୍ ପାଇଁ ନେଉଥିବା ବେଳେ ଲୁଟ୍ ହୋଇଥିବା ଜଣାପଡିଛି । 3 ଜଣ ଦୁର୍ବୃତ୍ତ ବାଇକରେ ଆସି ଲୁଟ୍ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି। ଜୁଏଲାରୀ ମାଲିକ ଶ୍ରୀ ଦାସଙ୍କ ସହ ତାଙ୍କ ଶାଳକ ଓ ଜଣେ କର୍ମଚାରୀ ଏକ କାରରେ ତିନୋଟି ବ୍ୟାଗରେ ସତ୍ୟବାଦୀ ICICI ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରି ଅଳଙ୍କାର ଗୁଡିକୁ କଟକରେ ହାଲମାର୍କ କରିବାକୁ ଯାଉଥିବା ବେଳେ ସମଜାଜପୁର ଓଭରବ୍ରିଜ୍ ନିକଟରେ ଦୁର୍ବୃତ୍ତମାନେ କାରକୁ ଅଟକାଇ ବନ୍ଧୁକ ଦେଖାଇ ଦୁଇଟି ବ୍ୟାଗ ଲୁଟ୍ କରିଥିବା ସୂଚନା | ସୂଚନାଯୋଗ୍ୟ ଜୁଏଲାରୀ ଦୋକାନୀ ପ୍ରତି ସପ୍ତାହରେ ହଲମାର୍କ କରିବାକୁ କଟକ ଯାଇଥାନ୍ତି |

Comments (0)
Add Comment