ଭତ୍ତା ଓ ହ୍ୱିଲଚେୟାର ପାଇବାରୁ ବଞ୍ଚିତ ବିକଳାଙ୍ଗ ଶିଶୁ : ଖବର ପ୍ରକାଶ ପରେବି ଶୁଣୁନାହାନ୍ତି ବ୍ଲକ ପ୍ରଶାସନ

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ କୁର୍ଲୁମାଲ ଗାଁର ବିକଳାଙ୍ଗ ଶିଶୁ ସରସ୍ୱତୀ ବରିହା( ୪ ବର୍ଷ ) । ୧୦ ଥରରୁ ଉର୍ଦ୍ଧ୍ୱ ହେବ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଭତ୍ତା ଓ ହ୍ୱିଲଚେୟାର ଖଣ୍ଡିଏ ପାଇଁ ଆବେଦନ କରିଛନ୍ତି । ତଥାପି କେହି ତାଙ୍କ ଗୁହାରି ଶୁଣି ନଥିବା ଅଭିଯୋଗ ହେଇଛି । ଖପ୍ରାଖୋଲରୁ ପ୍ରାୟ ୮ କି.ମି ଦୂର କୁର୍ଲୁମାଲ ଗ୍ରାମରେ ବିକଳାଙ୍ଗ ଶିଶୁ ସରସ୍ୱତୀ ବରିହା ବାପା – ତୁଳସୀ ବରିହା ଓ ମା – ଲଷ୍ମୀ ବରିହା ବସବାସ କରନ୍ତି । ବାପା, ମା ଦିନ ମଜୁରୀ କଲେ ପରିବାର ପେଟକୁ ଦାନା ଯୋଗାଡ଼ ହୁଏ । ତାଙ୍କୁ ସରକାର ସହାୟତା କହିଲେ ରାସନ କାର୍ଡରୁ ୫ କେଜି ଚାଉଳ, ଯାହାକି ପରିବାର ଚାଲିବାରେ ନିଅଣ୍ଟ । ଏପରି କି ବାପା ଓ ମା କହିବା ଅନୁଯାଇ ତାଙ୍କର ଘର ଖଣ୍ଡିଏ ନଥିବାରୁ ବଞ୍ଚିତ ଥିବା ପ୍ରକାଶ କରିଛନ୍ତି । ବିକଳାଙ୍ଗ ସରସ୍ୱତୀଙ୍କ ଭତ୍ତା ଓ ହ୍ୱିଲଚେୟାର ପାଇଁ ରାଜନେତାଠାରୁ ଆରମ୍ଭ କରି ଅନେକ ସରକାରୀ ବାବୁଙ୍କୁ ଆବେଦନ କରିଥିଲେ ମଧ୍ୟ ଭତ୍ତାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି । ବାପା ଓ ମା ଦିନ ମଜୁରୀ କଲେ ପେଟପାଟଣା ଚଲୁଥିବାରୁ ତାଙ୍କୁ ବିକଳାଙ୍ଗ ଝିଅଙ୍କୁ ଭତ୍ତା ସହ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଥିଲେ । ବିକଳାଙ୍ଗ ଝିଅ ସରସ୍ୱତୀଙ୍କ ଭତ୍ତା ଓ ହ୍ୱିଲଚେୟାର ପାଇଁ ଖପ୍ରାଖୋଲ ଡ୍ରାଇଭର ସଂଘର ସୁଶୀଲ ଦଣ୍ଡସେନା, ରାଧାକାନ୍ତ ବନଗୁଲା, ଅଲେଖ ସାହୁ, ସାମନ୍ତ ସାହୁ, ପିଣ୍ଟୁ ସାହୁ, ସମାଜ ସେବୀ ଡୋଳାମଣି ଷାଣ୍ଢ ଓ ସାମ୍ବାଦିକ ରୁପେନ୍ଦ୍ର ମୁଣ୍ଡା ସହାୟତା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଅଧିକାରୀ ଓ ଖପ୍ରାଖୋଲ ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

Comments (0)
Add Comment