ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ସହାୟତା

କଟକ: ବାରଙ୍ଗ ବ୍ଲକ ଅନ୍ତର୍ଗତ ପରମହଂସ ସଂସ୍କୃତ ବିଦ୍ୟାପୀଠ ପରିସରରେ ଶ୍ରୀଜଗନ୍ନାଥଙ୍କର ଏକ ସୁଉଚ୍ଚ ମନ୍ଦିର ନିର୍ମାଣ କରାଯାଉଛି । ସ୍ଥାନୀୟ ଅଂଚଳର ଲୋକଙ୍କ ଆର୍ଥିକ ସହାୟତା ରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଗତକାଲି ଗୌରୀଦାଶ ଜନକଲ୍ୟାଣ ପାଣ୍ଠି ପକ୍ଷରୁ ଏହାର ଆବାହିକା ଶ୍ରୀମତୀ କସ୍ତୁରୀ ରାୟ ନିର୍ମାଣ ଖର୍ଚ୍ଚ ପାଇଁ ଏହାର ସମ୍ପାଦକ ସନ୍ତୋଷ କୁମାର ଦାସଙ୍କୁ ୫୦ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । ଏଥି ପୂର୍ବରୁ ବରିଷ୍ଠ ସାମ୍ବାଦିକ ଡ.଼ ସତ୍ୟ ରାୟ ୭୫ ହଜାର ଟଙ୍କାର ସିମେଣ୍ଟ, ଗୋଡି, ବାଲି ଓ ରଡ଼ ପ୍ରଦାନ କରିଥିଲେ । ଇତି ମଧ୍ୟରେ ତିନି ଠାକୁରଙ୍କ ରଥ ନିର୍ମାଣ ମଧ୍ୟ ଚାଲୁରହିଛି । ସ୍ଥାନୀୟ ଜନସାଧାରଣ ମନ୍ଦିର ଓ ରଥ ନିର୍ମାଣ ନିମନ୍ତେ ମୁକ୍ତ ହସ୍ତରେ ଅର୍ଥ ତଥା ନିର୍ମାଣ ସାମଗ୍ରୀ ପ୍ରଦାନ ନିମନ୍ତେ ଡ଼. ସତ୍ୟ ରାୟ. ନିବେଦନ କରିଛନ୍ତି । ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କମିଟି ପକ୍ଷରୁ ଷ୍ଟେଟ ବ୍ୟାଙ୍କ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଶାଖାରେ ଏକ ଆକାଉଣ୍ଟ ଖୋଲା ଯାଇଛି । ଏହି ଆକାଉଣ୍ଟରେ ସହାୟତା ପ୍ରଦାନ କରିବାକୁ ନିବେଦନ କରାଯାଇଛି ।

Comments (0)
Add Comment