ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ଆଠଗଡ ବନ୍ଦ

ଆଠଗଡ: ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ଆଠଗଡ ବନ୍ଦ ପାଳନ ହୋଇଛି । ଆଠଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡକୁ ଜିଲ୍ଲା ଦାବି ନେଇ ଦୀର୍ଘ ଏକମାସ ହେବ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିକାତ୍ମକ ଧାରଣା ଚାଲୁ ରହିଛି । ଦୀର୍ଘ ଏକମାସ ହେବ ପ୍ରତିକାତ୍ମକ ଧାରଣା ଦିଆଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କମିଟି ସହିତ କୌଣସି ପ୍ରକାର ଆଲୋଚନା ନ କରିବାକୁ ନେଇ ଆଜି (ଗୁରୁବାର)ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଠଗଡକୁ ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରାରେ ଆଠଗଡର ବୁଦ୍ଧିଜୀବି ବହୁ ସଂଗଠନ ଯୋଗଦେଇଛନ୍ତି ।ଏହି ବନ୍ଦ ଡାକରାରେ ଆଠଗଡର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲାଥିବା ବେଳେ ବେସରକାରୀ କାର୍ଯ୍ୟାଳୟ ଗୁଡିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟି଼ଂ କରି ବନ୍ଦ କରିବାକୁ ଅନୁରୋଧ କରିଛନ୍ତିି । ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଚାରିଚକିଆ ଯାନ ଚଳାଚଳ ବନ୍ଦ କରାଯାଇଛି । ଏହି ବନ୍ଦ କୁ ଆଠଗଡ଼ ବାସୀ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସକାଳ ୬ଟାରୁ ଆରମ୍ଭ ହେଇଥିବା ବନ୍ଦ ପାଳନ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବା ନେଇ ଜଣାଯାଇଛି ।

Comments (0)
Add Comment