ମହା ଶିବରାତ୍ରିରେ ସାମୂହିକ ବ୍ରତପୋନୟନ

ସୁବର୍ଣ୍ଣପୁର : ପବିତ୍ର ମହାଶିବରାତ୍ରୀ ଅବସରରେ ସହରର ବହୁ ପ୍ରାଚୀନ ରାମେଶ୍ୱର ମନ୍ଦିର ପରିସରରେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସାମୂହିକ ବ୍ରତପୋନୟନ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୪ବର୍ଷ ଧରି ଏଭଳି ମହତ କାର୍ଯ୍ୟକୁ ସୁରୁଖୁରୁରେ ଶ୍ରୀ ମଲ୍ଲିକ ପରିଚାଳନା କରି ଆସୁଥିବା ବେଳେ ଚଳିତ ବର୍ଷ ୯ ଜଣ ଗରିବ ବ୍ରାହ୍ମଣ ପିଲାଙ୍କ ବ୍ରତପୋନୟନ ଅନୁଷ୍ଠିତ ହୋଇଯାଇଛି । ଧର୍ମ ପତ୍ନୀ ମୈଥିଲିଙ୍କ ସହିତ ଶ୍ରୀ ମଲ୍ଲିକ କର୍ତ୍ତା ଭାବେ ସବୁ ବର୍ଷ କାର୍ଯ୍ୟ ସମ୍ପାଦନ କରି ଖୁବ ଶାନ୍ତି ଓ ଆତ୍ମ ସନ୍ତୋଷ ପାଉଥିବା ତଥା ଏଭଳି ସେବା କାର୍ଯ୍ୟ କରିବା ପାଇଁ ଈଶ୍ୱର ସବୁ ବେଳେ ତାଙ୍କୁ ଇଚ୍ଛା ଓ ସାମର୍ଥ୍ୟ ଦେଇଥାନ୍ତୁ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି । ପ୍ରତିଟି କାମ ତଥା ଦୁଃଖି ରଙ୍କିଙ୍କର ଯେକୌଣସି କାମରେ ସେ ସଙ୍କଟ ମୋଚନ ପରି ଛିଡା ହୁଅନ୍ତି ତଥା ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଥାନ୍ତି । ସୁବର୍ଣ୍ଣପୁର ଜ଼ିଲ୍ଲା ତଥା ପାଖ ପଡୋଶୀ ଜ଼ିଲ୍ଲାର ପ୍ରତିବର୍ଷ ଶ୍ରୀ ମଲ୍ଲିକଙ୍କର ଏହିପରି ପୂଣ୍ୟ କାମକୁ ଜନସାଧାରଣ ଖୁବ୍‌ ପ୍ରଶଂସା କରିଛନ୍ତି ।

Comments (0)
Add Comment