୫ମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଅଭିଯୋଗ ଘଟଣା, ୮ ଦିନ ପରେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏନଏସି ଅନ୍ତର୍ଗତ ଲାଇନପଡା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ସ୍କୁଲ ଶିକ୍ଷୟିତ୍ରୀ ମାଡ଼ ମାରିବାର ଅଭିଯୋଗ ହୋଇଥିଲା । ଏହି ଖବର ଗତ ବୁଧବାର ଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ବିଇଓଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏସମ୍ପର୍କ ବିଇଓ ଶଙ୍କର ପ୍ରସାଦ ମାଝୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କଲ୍‌ ଗ୍ରହଣ କରିନଥିଲେ । ଘଟଣାର ତଦନ୍ତର ଦାୟିତ୍ୱରେ ଥିବା ଏବିଇଓ ରତନ ଧରୁଆଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ଜଣ ଛାତ୍ରକୁ ମାଡ଼ ମାରିବା କଥା ସତ ତଦନ୍ତ ସରିଛି କାର୍ଯ୍ୟବ୍ୟସ୍ତତା ଯୋଗୁଁ ତଦନ୍ତ ରିପୋର୍ଟ ଦେଇନାହିଁ । ଆସନ୍ତାକାଲି ବିଇଓଙ୍କୁ ପ୍ରଦାନ କରିବି ବୋଲି କହିଥିଲେ ।

Comments (0)
Add Comment