ମୁଗୁନି ପଥର ଚାଲାଣ ଖବର ପାଇ ପୋଲିସର ଚଢାଉ

ଚମ୍ପୁଆ : ଚମ୍ପୁଆ ଥାନା ଅନ୍ତର୍ଗତ ଗୁଣ୍ଡୁଣିଆ ଠାରେ ମୁଗୁନି ପଥର ଚାଲାଣ ହେଉଥିବା ବେଳେ ଚମ୍ପୁଆ ପୋଲିସ ଚଢାଉ କରି ପଥର ବୋଝେଇ ପିକ୍‌ଅପ ସହ ୩ ଜଣଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ତ୍ରିନାଥ ସେଠୀ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗୁଣ୍ଡୁଣିଆ ଠାରେ ଜଳସେଚନ ପାଇଁ ଖୋଳା ଯାଉଥିବା କେନାଲରୁ ପଥର ମୂର୍ତ୍ତି ନିର୍ମାଣ ହେଉଥିବା ମୁଗୁନି ପଥର ବାହାରୁଥିବା ବେଳେ ଗତକାଲି ଉକ୍ତ ମୁଗୁନି ପଥରକୁ ପିକଅପ ଗାଡି ନମ୍ବର ଓଆର୍‌୧୧ଇ ୮୭୮୩ ଯୋଗେ ଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀଙ୍କଠାରୁ ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ଚଢାଉ କରିଥିଲେ । ଚଢାଉ ବେଳେ ଗାଡିର ସୁକୁମାର କର ଓ କଟକ ଅଂଚଳର ବିକାଶ ଦାସ ଏବଂ ରାଜେନ୍ଦ୍ରପ୍ରସାଦ ସିଂଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଏ ନେଇ ପୋଲିସ ପକ୍ଷରୁ କେସ ନମ୍ବର ୧୬୩/୨୩ ରୁଜୁ କରି ପଥର କେଉଁଆଡେ ଯାଉଥିଲା ଏବଂ କିଏ ନେଉଥିଲା ତାହାର ତଦନ୍ତ ଚାଲିଛି ବୋଲି ପୋଲିସ ସୂଚନା ଦେଇଛନ୍ତି ।

Comments (0)
Add Comment