ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଦାନ କଲେ ଗୁଜୁରାଟର ଭକ୍ତ

ପୁରୀ : ମହାପ୍ରଭୁଙ୍କୁ ସ୍ୱର୍ଣ୍ଣାଳଙ୍କାର ଦାନ କଲେ ଗୁଜୁରାଟର ଜଣେ ଭକ୍ତ । ଦୈନନ୍ଦିନ ବେଶରେ ଲାଗୁଥିବା ସୂବର୍ଣ୍ଣ ଚିତା ବା ତିଲକ ଦୁଇଟି ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି ଜନୈକ ଭକ୍ତ । ପ୍ରାୟ ଏକ କେଜି ୭୫ଗ୍ରାମ ଓଜନ ସୁନାର ମୁଲ୍ୟ ୭୫ଲକ୍ଷ ଟଙ୍କା ହେବ । ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୁଲ୍ୟର ତିନୋଟି ରୂପାମୁକୁଟ ଦାନ କରିଛନ୍ତି ଗୁଜୁରାଟ ଅହମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ । ପୁରୀ ଆସି ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ତେବେ ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରଟ୍‌ ସୁନାର ଦୁଇଟି ଚିତା ତିଆରି କରାଯାଇଛି । ଆଜି ଏହାକୁ ମହାପ୍ରଭୁଙ୍କୁ ସମର୍ପିତ କରି ନିଜର ଦାୟିତ୍ୱ ସମ୍ପାଦନ କରିଛନ୍ତି । ଆଉ ଏହା ଅନ୍ୟ ଭକ୍ତ ମାନଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି ସେବାୟତ ।

Comments (0)
Add Comment