ପୁରୀରେ ନୃତ୍ୟ ପରିବେଷଣ କଲେ ଜାପାନ କଳାକାର

ପୁରୀ : ପୁରୀରେ ଜାପାନ କଳାକାର । ମଞ୍ଚ ଉପରେ ପରିବେଷଣ କଲେ ଜାପାନର ଲୋକ ନୃତ୍ୟ । ଜାପାନ ଲୋକ ନୃତ୍ୟ, କଳା, ସଂସ୍କୃତି ଦେଖି ଦର୍ଶକ ବେଶ ଖୁସି । ଗତକାଲି ରବିବାର ସନ୍ଧ୍ୟାରେ ପୁରୀ ବାଲିଘାଇ ସ୍ଥିତ ଚନ୍ଦ୍ର ଶେଖର ଏକାଡେମୀ ସ୍କୁଲ୍‌ ପକ୍ଷରୁ ଆୟୋଜନ କରାଯାଇଥିଲା ଓଡ଼ିଶା ଜାପାନ ମହୋତ୍ସବ ୨୦୨୩ । ଏହି ମଞ୍ଚରେ ଚନ୍ଦ୍ର ଶେଖର ଏକାଡେମୀର ଛାତ୍ରୀ ମାନେ ଓଡ଼ିଶୀ, ସମ୍ବଲପୁରୀ ପ୍ରଭୃତି ଓଡ଼ିଶା କଳା, ଲୋକ ନୃତ୍ୟକୁ ପରିବେଷଣ କରିଥଲେ । ତେବେ ଓଡ଼ିଶା ଜାପାନ ମହୋତ୍ସବକୁ ନେଇ ଜାପାନ କଳାକାର ଓ ଚନ୍ଦ୍ର ଶେଖର ଏକାଡେମୀର ଛାତ୍ରୀ ବେଶ୍‌ ଖୁସି ଥିଲେ । ଏହି ନିଆରା କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶା-ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ମଜଭୁତ ହେବା ସହ ଓଡ଼ିଶା ଜାପାନର ବନ୍ଧୁତା ଦୃଢ଼ ହେବ ବୋଲି ଆୟୋଜକ କହିଛନ୍ତି ।
,ଓଡ଼ିଶା ଜାପାନ ମହୋତ୍ସବ ୨୦୨୩ ର ମୁଖ୍ୟ ଆକର୍ଷଣ ଥିଲା ଜାପାନର ତବଲା ବାଦକ ନାଚୋସ ମୀୟାହାରା ଓ ଓଡ଼ିଶାର ଆନ୍ତର୍ଜାତିକ ତବଲା ବାଦକ ଲିଙ୍ଗରାଜ ଦାଶଙ୍କ ଯୁଗଳ ପରିବେଷଣ । ଦୁଇ ଖ୍ୟାତି ସଂପନ୍ନ ତବଲା ବାଦକ ମିଳିତ ଭାବେ ତବଲା ବଜାଇବା ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା । ଜାପାନର କଳାକାର ନିଚି, ଟିନି, ଟା ମୋଙ୍କର ଆଦି କଳା ପ୍ରଦର୍ଶନ ଅତି ଚିତ୍ତାକର୍ଷକ ଥିଲା ।
ଓଡ଼ିଶା ଜାପାନ ମହୋତ୍ସବ ଦ୍ୱାରା ଦୁଇ ଦେଶର କଳା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନର ପ୍ରଚାର ପ୍ରସାର ହେବା ସହ ଦୁଇ ଦେଶର ସମ୍ପର୍କ ଦୃଢ଼ ଓ ଭାଇଚାରା ସୃଷ୍ଟି ହୋଇଛି । ଏହି କାର୍ଯକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଚନ୍ଦ୍ର ଶେଖର ଏକାଡେମୀର ସଭାପତି ଶ୍ରୀମନ୍ତ କୁମାର୍‌ ଦାଶ କହିଛନ୍ତି ।

Comments (0)
Add Comment