ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ରାଜ୍ୟ ସଂଘର ଆହ୍ୱାନରେ ନୂତନ ପେନସନ୍ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ପୂରଣ ନେଇ ଏକ ସ୍ମାରକପତ୍ର ସ୍ଥାନୀୟ ଶିକ୍ଷକ ସଂଘ ତରଫରୁ ସିନାପାଲି ଏବିଇଓ ପ୍ରଭାତ କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରରେ ଠିକା ନିଯୁକ୍ତି ଉଚ୍ଛେଦ ସହ ଛଅବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରି ଇନକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ନୂତନ ବଦଳରେ ପୁରୁଣା ପେନସନ୍ କାର୍ଯ୍ୟକାରୀ କରିବା ଭଳି ଦାବି ରହିଛି । ଆସନ୍ତା ବୁଧବାର ଠାରୁ ରାଜ୍ୟ ସଂଘର ଡାକରାରେ ଆନ୍ଦୋଳନ ଆରମ୍ଭ ହେଉଥିବା ବେଳେ ସିନାପାଲି ବ୍ଲକ ନୂତନ ପେନସନ୍ ଭୁକ୍ତ ପ୍ରାଥମିକ ଶିକ୍ଷକମାନେ ଏହାକୁ ପୂର୍ଣ୍ଣ ସମର୍ଥନ କରୁଥିବା ଜଣାପଡିଛି । ଆଜିର ଏହି ଦାବିପତ୍ର ସଂଘର ସଭାପତି ପ୍ରସନ୍ନ କୁମାର ମାଝୀ, ସଂପାଦକ ବାଲାଜି ହରିଜନ, କୋଷାଧ୍ୟକ୍ଷ ପ୍ରେମାନନ୍ଦ ମେହେର, ରାଜେଂଦ୍ର ଖମାରୀ, ବୈଷ୍ଣବ ମେହେର, ପ୍ରକାଶ ମେହେର,ତନୁରାମ ନାଏକ, ସୁଶିଳ ଯୋଷୀ, ନିକୁଞ୍ଜ ବିହାରି ସା, ସାନୁର୍ଯ୍ୟ ମେହେର, ବିଭୁତି ମେହେର, ସରୋଜ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା ।