ଭୁବନେଶ୍ୱର: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରୁଛନ୍ତି । ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ବଖାଣିଛନ୍ତି । ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ଜାତିସଂଘ ଦ୍ୱାରା ପ୍ରଶଂସିତ ବୋଲି ସେ କହିଛନ୍ତି । ତେବେ ଅର୍ଥମନ୍ତ୍ରୀ ପ୍ରଥମେ କୃଷି ବଜେଟ ଉପସ୍ଥାପିତ କରିଛନ୍ତି । କୃଷି ପାଇଁ ବଜେଟରେ ୨୪ ହଜାର ୮୨୯ କୋଟି ବ୍ୟୟ ବରାଦ କରାଯାଇଛି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟିର ରିଭରିଂ ଫଣ୍ଡର ବ୍ୟବସ୍ଥା କରାଯାଇଛି । କାଳିଆ ସହାୟତା ପାଇଁ ୧୮୭୯ କୋଟି ଟଙ୍କାର ବ୍ୟୟପରାଦ କରାଯାଇଛି । ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟିର ବ୍ୟୟବରାଦ କରାଯାଇଛି ।