ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ଶ୍ରଦ୍ଧାଳୁଙ୍କ ରନ୍ଧା ଖାଦ୍ୟ ବଣ୍ଟନ

ପୁରୀ : ଷ୍ଟେସନ ରୋଡ ସ୍ଥିତ ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ଭକ୍ତ ଓ ତୀର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି ।ପ୍ରାୟ ୨୦ହଜାର ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ସଂଘ ପକ୍ଷରୁ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା । ଦୀର୍ଘ ୧୫ବର୍ଷ ଧରି ସଙ୍ଘର ସଦସ୍ୟ ମାନେ ଏଭଳି ଖାଦ୍ୟ ବଣ୍ଟନ କରି ଆସୁଛନ୍ତି । ସଙ୍ଘର ସଭାପତି ଅକ୍ଷୟ କୁମାର ପଟ୍ଟନାୟକ, ଉପ ସଭାପତି ବିଷ୍ଣୁ ସାମନ୍ତରାୟ, ସମ୍ପାଦକ କାହ୍ନୁ ଚରଣ ଦଳାଇ, କୋଷାଧ୍ୟକ୍ଷ ମଧୁସୁଦନ ପ୍ରଧାନ, ସହ ସଂପାଦକ ଗୋପୀନାଥ ସ୍ୱାଇଁ ଓ ଶଶିକାନ୍ତ ରାଓ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଜୁ,ଶକ୍ତି,ଶ୍ୟାମ,ବୁବୁ,ରାଜା, ଜ ଗା,ଟିକି ପ୍ରମୁଖ ସହଯୋଗିତା କରିଥିଲେ ।

Comments (0)
Add Comment