ନବରଙ୍ଗପୁରରେ ତ୍ରିରଙ୍ଗା ଶୋଭାଯାତ୍ରା

ନବରଙ୍ଗପୁର: ସମସ୍ତ ଭାରତୀୟଙ୍କ ସ୍ୱାଭିମାନ ଏବଂ ସମ୍ମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ ଗର୍ବ ଓ ସମ୍ମାନର ସହ ଆମେ ସମସ୍ତେ ନିଜ ଘରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଉଡାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଘରେ ଘରେ ତ୍ରିରଂଗା କାର୍ଯ୍ୟକ୍ରମ ଅବସରରେ ସର୍ବ ଭାରତୀୟ ସ୍ତରରେ ଗାଆଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଏହି ଅବସରେ ନବରଙ୍ଗପୁର ଜିଲ୍ଲାରେ ପଞ୍ଚାୟତ, ବ୍ଳକ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଅଛି । ଆଜି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ପୁରୁଣା ମଣ୍ଡେଇ ପଡିଆ ଠାରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ପୌରପାଳିକା ନବରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଶୁଭାରମ୍ଭ କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ମହେଶ୍ୱର ନାୟକ, ପୌରପାଳିକା ନବରଙ୍ଗପୁର ଅଧ୍ୟକ୍ଷ କୁନୁ ନାୟକ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ୍ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଙଜଗଇଝ ର ସିଇଓ, ଉମା ମହେଶ, ରାଜେଶ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ବରିଷ୍ଟ ନାଗରିକ, ଶିକ୍ଷାବିତ୍ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ । ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଇ ଦେଶପ୍ରୀତିକୁ ଉଦ୍ଜୀବିତ କରିବା ପାଇଁ ଶୋଭାଯାତ୍ରାରେ ସମସ୍ତେ ତ୍ରିରଂଗା ଧରି ଦେଶ ପ୍ରେମର ନାରା ଦେଇଥିଲେ । ଏହି ଅବସରେ ପୌରପାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରେ ସମସ୍ତେ କାନଭାସରେ ନିଜର ବାର୍ତ୍ତା ଓ ସ୍ୱାକ୍ଷର କରି ସେଲଫି ପଏଣ୍ଟରେ ତ୍ରିରଙ୍ଗା ସହିତ ଫଟୋ ଉଠାଇ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment