ହେରୋଇନ ଜବତ, ଜଣେ ଗିରଫ

ପୁରୀ: ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ତାଳବଣିଆ ଥାନା ଅଧୀନରେ ଥିବା ଭୂଦାନ ଛକ ନିକଟରେ ଥିବା ଇଲେକ୍ଟ୍ରିକାଲ ଗ୍ରିଡ ସବ୍‌ ଷ୍ଟେସନ ଅଂଚଳରେ ଚଢ଼ାଉ କରି ଆସାମୀ ଶ୍ରୀକାନ୍ତ ସ୍ୱାଇଁ(୨୩), ପିତା – କୃଷ୍ଣଚନ୍ଦ୍ର ସ୍ୱାଇଁ, ଗ୍ରାମ-ଅର୍କକୁଦ,ପୋଷ୍ଟ-ପଜୁନେଇ, ଥାନା- କୋଣାର୍କଙ୍କୁ ଗିରଫ କରି ତାଙ୍କ ଠାରୁ ୧୧୨ଗ୍ରାମ ହିରୋଇନ୍‌ ଜବତ କରିଛନ୍ତି । ଜିଲ୍ଲା ସଦର ରେଞ୍ଜ କେସ ନଂ -୪୦/୨୩-୨୪ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ହିରୋଇନ୍‌ର ମୂଲ୍ୟ ପ୍ରାୟ ୧,୧୨,୦୦,୦୦୦/-ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ରଙ୍କନିଧି ମଲ୍ଲିକ, ଏଏସଇ ସନ୍ତୋଷ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ କର୍ମଚାରୀ ଅଭିଜିତ ପ୍ରଧାନ, ପ୍ରବୀଣ ବିରାଜ କୀରୋ, ଫିରୋଜ ମହାନଦୀଆ, ସଞ୍ଜୀବ ହସ୍ତି, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Comments (0)
Add Comment