ନବରଙ୍ଗପୁରରେ ଅହିଂସା ରଥକୁ ଦ୍ୱିତୀୟ ଦିନରେ ସମଗ୍ର ଜିଲ୍ଲାରେ ଭବ୍ୟ ସ୍ୱାଗତ

ନବରଙ୍ଗପୁର : ସ୍ୱାଧୀନତାର ୭୫ ବର୍ଷ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଦ୍ୱିତୀୟ ଦିନ ନବରଙ୍ଗପୁର ଜିଲ୍ଲା ପରିକ୍ରମାରେ ଜିଲ୍ଲାର ଦଶଟି ବ୍ଲକ୍‌ ଓ ଦୁଇଟି ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ବିଭିନ୍ନ ବ୍ଲକ୍‌ ପୌର ପରିଷଦର ଅଧିକାରୀ, ଲୋକପ୍ରତନିଧି, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଜନସାଧାରଣ ଆନନ୍ଦ ଉଲ୍ଲାସର ସହିତ ଅହିଂସା ରଥକୁ ସ୍ୱାଗତ କରିଛନ୍ତି । ନବରଙ୍ଗପୁର ସହରରେ ଏକ ବିରାଟ ଶୋଭଯାତ୍ରା ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପ୍ରତିମୂର୍ତ୍ତିରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ପାର୍କ ପର୍ଯ୍ୟନ୍ତ ପ୍ରାୟ ଚାରି କିଲୋମିଟରରୁ ଉଦ୍ଧ୍ୱର୍ ରାସ୍ତା ପର୍ଯ୍ୟନ୍ତ ଏକ ଶହ ଫୁଟର ତ୍ରିରଙ୍ଗା ସହିତ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ନାଚ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସହର ପରିକ୍ରମା କରାଯାଇଥିଲା ।

ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧନୀ, ପୌରପାଳିକା ଅଧକ୍ଷ ନବରଙ୍ଗପୁର କୁନୁ ନାୟକ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟକୃଷ୍ଣ ବେହେରା, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୌରପାଳିକାର କର୍ମଚାରୀ, ସରକାରୀ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ,ସମାଜସେବୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment