ରଥଯାତ୍ରା ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ :ଆଉ ମାତ୍ର ୮ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ରହିଛି ଘନଘନ ସମୀକ୍ଷା ଓ ପ୍ରସ୍ତୁତି ପର୍ବ । ତେବେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରାପିଡ଼ ଆକ୍ସନ ଫୋର୍ସଙ୍କୁ ମନ୍ତ୍ରଣା ଦେଇଛନ୍ତି ପୁରୀ ଏସପି ଡ. କନୱର ବିଶାଳ ସିଂ । ରଥଯାତ୍ରା ସମୟରେ କର୍ଡନର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଏହାର ଦାୟୀତ୍ୱ ନେବେ ରାପିଡ଼ ଆକ୍ସନ ଫୋର୍ସ । ପ୍ରତ୍ୟେକ ବର୍ଷ ଦୁଇ କମ୍ପାନୀ ଫୋର୍ସର ଆବଶ୍ୟକତା ରହିଥିବା ବେଳେ ଚଳିତବର୍ଷ ଅଧିକ ଏକ କମ୍ପାନୀ ଅର୍ଥାତ ୩ ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ମୁତୟନ ହେବେ । କର୍ଡନ ଭିତରେ ସୁରକ୍ଷା ବ୍ୟବସ୍ଥାକୁ କିଭଳି କଡାକଡି କରାଯାଇପାରିବ, ମହାପ୍ରଭୁଙ୍କ ପହଣ୍ଡି, ଛେରାପହଁରା ଆଦି ନୀତି ସମୟରେ ବିଭ୍ରାଟ ନହେବ ସେନେଇ ରାପିଡ଼ ଆକ୍ସନ ଫୋର୍ସ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭକ୍ତଙ୍କ ସହ ଉଚ୍ଚାରଣ ଓ ଆଚରଣ ଠିକ ରଖି କିଭଳି ଯାତ୍ରାକୁ ଶୃଙ୍ଖଳିତ କରାଯାଇପାରିବ ସେନେଇ ପ୍ରତିବଦ୍ଧ ରହିଛନ୍ତି ଏହି ରାପିଡ଼ ଆକ୍ସନ ଫୋର୍ସ । ଏହାସହିତ ସାମାନ୍ୟ ଓଡ଼ିଆ ଶିଖି କିଭଳି ଭାବରେ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ସହ ସମନ୍ୱୟ ରଖାଯାଇପାରିବ ସେ ବିଷୟରେ ମଧ୍ୟ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments (0)
Add Comment