ଦଶପଲ୍ଲା : ଆଜି ଦଶପଲ୍ଲା ବ୍ଲକ ସ୍ଥିତ ଟାକରା ପଂଚାୟତର ମିଟୁକୁଳି ଗ୍ରାମ ନିକଟରେ ଟାକରା ପଞ୍ଚାୟତ ବିଜେଡ଼ିର ଦୃଢ଼ ସଙ୍ଗଠକ ପ୍ରଦିପ କୁମାର ସାହୁ,ଜଗବନ୍ଧୁ ଆଚାର୍ଯ୍ୟ, ଅଭିମନ୍ୟୁ ସାହୁ,ଧନେଶ୍ୱର ଜାନୀ, ବାନାମ୍ବର ନାଏକଙ୍କ ଆହ୍ୱାନକ୍ରମେ ଟାକରା ପଞ୍ଚାୟତର ବିଭିନ୍ନ ୱାର୍ଡରୁ ପ୍ରାୟ ଶତାଧିକ କର୍ମୀକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୃର୍ତ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ସଫଳତା ସଂପର୍କରେ ଆଲୋଚନା କରିବା ସହିତ ସାରା ଓଡ଼ିଶା ସମେତ ସମଗ୍ର ଦଶପଲ୍ଲାର ସାମଗ୍ରିକ ଉନ୍ନତିରେ ସହାୟକ ହୋଇଥିବାରୁ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ତତ୍ ସହିତ ଟାକରା ପଞ୍ଚାୟତରେ ହୋଇଥିବା ବିକାଶମୂଳକ କାର୍ଯ୍ୟ କଥା ଆଲୋଚନା କରି ଦଶପଲ୍ଲା ବିଧାୟକ ଓ କନ୍ଧମାଳ ସାଂସଦଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ । ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ଟାକରା ପଞ୍ଚାୟତରେ କିପରି ବିଜେଡ଼ି ଅଧିକ ସଦୃଢ଼ ହେବ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ହାତମୁଠାକୁ ଟାଣ କରିବା ସହିତ ପଞ୍ଚାୟତରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ପରେ ଟାକରା ପଞ୍ଚାୟତର ବିଜେଡ଼ିର ଏକ ସ୍ଥାୟୀ କମିଟି ଗଠନ କରାଯାଇଛି । ଉପସ୍ଥିତ କର୍ମୀ ମାନଙ୍କ ସହମତିକ୍ରମେ ସଭାପତି ଭାବରେ ପ୍ରଦିପ କୁମାର୍ ସାହୁ, ଉପ-ସଭାପତି ବାନାମ୍ବର ନାଏକ ଓ ସମ୍ପାଦକ ଭାବରେ ଜଗବନ୍ଧୁ ଆଚାର୍ଯ୍ୟ, ସହ – ସମ୍ପାଦକ ଅଭିମନ୍ୟୁ ସାହୁ, କୋଷାଧ୍ୟକ୍ଷ – ଜିତେନ୍ଦ୍ର କୁମାର ସାହୁ ,ସହ – କୋଷାଧ୍ୟକ୍ଷ ଭାବରେ ସନ୍ତୋଷ କୁମାର ମୁଦୁଲିଙ୍କୁ କର୍ମୀମାନେ ମନୋନୀତ କରିଥିଲେ ।