ବେଆଇନ୍‌ ଗୋରୁ ଚାଲାଣ ଗାଡି ଦୁର୍ଘଟଣାଗ୍ରସ୍ତ

ଦଶପଲ୍ଲା: ଆଜି ଦିବା ୧୨ ଘଟିକା ସମୟେ ଦଶପଲ୍ଲା ଥାନା ଅନ୍ତର୍ଗତ ଓସ୍ତିଆଠାରେ ଗଛରେ ପିଟି ହୋଇ ରାସ୍ତା ତଳକୁ ଓଲଟିଲା ଗୋରୁ ବୋଝେଇ ପିକଅପ ଗାଡି । ଦୁର୍ଘଟଣାରେ ଗାଡି ଡ୍ରାଇଭର ଓ ଗୋରୁ ବେପାରୀ ଆହତ । ଉଭୟ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ପଟେ ଗାଡିରେ ୮ ଟି ଗୋରୁ ଥିବାବେଳେ ଦୁର୍ଘଟଣାରେ ଗୋଟିଏ ଗୋରୁର ମୃତ୍ୟୁ ଘଟିଛି । ଅନ୍ୟ ଗୋରୁ ଗୁଡିକ ଆହତ ହୋଇଥିବାରୁ ପଶୁ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚି ଗୋରୁଗୁଡିକର ଚିକିତ୍ସା କରିଛନ୍ତି । ତେବେ ଗୋରୁ ଗୁଡିକ ଏକ ପିକଅପ ଗାଡି ଯୋଗେ ବାଇଶିପଲ୍ଲୀ ଅଞ୍ଚଳରୁ ବାହାରକୁ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ରାସ୍ତା ପାର୍ଶ୍ୱ ଗଛରେ ପିଟିହୋଇ ଓଲଟିପଡିଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments (0)
Add Comment