ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଜି.ଉଦୟଗିରି: ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଦିବ୍ୟପ୍ରକାଶ ପ୍ରଧାନ(ଓଇଏସ) ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବା ସଙ୍ଗେ ସଙ୍ଗେ, ସମୟାନୁବର୍ତ୍ତୀ, କର୍ତ୍ତବ୍ୟନିଷ୍ଠା ହୋଇ ସ୍ଥାନୀୟ ବ୍ଲକରେ ଶିକ୍ଷାର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗରେ ସଫଳ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ପୁରୁଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିହିରକାନ୍ତ ପ୍ରଧାନ, ରଞ୍ଜନ କୁମାର ରାଉତରାୟ, ବୈକୁଣ୍ଠନାଥ ସାହୁ, ବିନୟ କୁମାର ନାୟକ (ସି ଆର ସି ସି), ରଶ୍ମିତା ମହାରଣା, ବିଦେଶୀ ନାୟକ ସହକାରୀ ଶିକ୍ଷକ ଶାନ୍ତନୁ କୁମାର ନାୟକ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ନିନିମା ପ୍ରଧାନ ଏବଂ ବ୍ଲକର ଅନ୍ୟ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments (0)
Add Comment