ଭକ୍ତଙ୍କୁ ମିଳିଲା ଆଡପ ଅବଢା

ପୁରୀ : ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ । ସଠିକ୍‌ ସମୟରେ ମହାପ୍ରଭୁଙ୍କ ନିତି କାନ୍ତି ଚାଲି ଥିବାରୁ ଆଡ଼ପ ଅବଢ଼ା ମଧ୍ୟ ସଠିକ୍‌ ସମୟରେ ବାହାରିଥିଲା । ଏହାକୁ ସେବନ କରି ଭକ୍ତ ହୋଇଛନ୍ତି ଭାବ ବିହ୍ୱଳ । ବହୁ ଦୂରରୁ ଭକ୍ତ ମାନେ ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇବା ପରେ ଆଡ଼ପ ଅବଢ଼ାକୁ ପାଇବା ପାଇଁ ବେଶ୍‌ ଉତ୍କଣ୍ଠାର ସହକାରେ ଅପେକ୍ଷାରେ ଥିଲେ । ଆଡ଼ପ ଅବଢ଼ା ଭକ୍ତ ପାଇଥିବା ବେଳେ ଅନେକ ଭକ୍ତ ଏହି ଆଡ଼ପ ଅବଢ଼ାକୁ ବ୍ରାହ୍ମଣକୁ ଭୋଜନ ରୂପେ ଦେଇଛନ୍ତି । ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏହି ଆଡ଼ପ ଅବଢ଼ାକୁ ବ୍ରାହ୍ମଣ ଭୋଜନ କରାଇଲେ ନିଜର ପିତୃ ପୁରୁଷ ତୃପ୍ତ ହୋଇଥାନ୍ତି । ଏଣୁ ଏହି ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତଙ୍କ ଭିତରେ ଥିଲା ଉତ୍କଣ୍ଠା । ସେପଟେ ସୁଆର ମହାସୁଆର ନିଯୋଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହେଇଛି । ଆଡ଼ପ ଅବଢ଼ା ଯେଭଳି ଭକ୍ତ ମାନେ ଭଲ ଭାବରେ ପାଇବେ ସେ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଅବଢ଼ା ଦର ଯେଭଳି ଭକ୍ତଙ୍କୁ ନ ବାଧିବ ସେ ଦିଗରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନଜର ରଖାଯାଇଛି ।

Comments (0)
Add Comment