ସୁବର୍ଣ୍ଣପୁର : ନଅଦିନ ବ୍ୟାପି ସହରର ଢେରାପଡା ଠାରେ ଚାଲିଥିବା ହରଗୌରୀ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ହରଗୌରୀ ବିଭିନ୍ନ ଦ୍ୱାରରେ ପୂଜା ପାଇବା ପରେ ଉଭୟ ଦେବଦମ୍ପତିଙ୍କୁ ଏକ ସୁସଜ୍ଜିତ ଗାଡି ଉପରେ ବସାଯାଇଥିଲା । ପରେ ମଧ୍ୟରାତ୍ରୀରେ ବିଭିନ୍ନ ସାଂସ୍କୃତିକ ଦଳ ସହ ହଜାର ହଜାର ଦର୍ଶକଙ୍କ ମେଳରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଶେଷ ଆକର୍ଷଣ ସରୂପ ଛତିଶଗଡ଼ ଦୁର୍ଗରୁ ଆସିଥିବା ଆନନ୍ଦ ଧୁମାଲ ଓ ସାଥିଙ୍କ ମ୍ୟୁଜିକ୍ ବେଣ୍ଡ, ଗଞ୍ଜାମର ଯୋଡିଶଙ୍ଖ, ଖଟଖଟିଆର ଶବର ଶବରୁଣୀ, ଅମ୍ବାଦୋଳା ର ଘୁମୁରା ଓ ବଲାଙ୍ଗୀରର ରନିଂମେଲୋଡୀ ଓ ଦୁଲଦୁଲି ପ୍ରମୁଖ ସାଂସ୍କୃତିକ ଶୋଭାଯାତ୍ରା ଦର୍ଶକ ମନଭରି ଉପଭୋଗ କରିଥିଲେ । ଶୋଭାଯାତ୍ରା ଅପରାହ୍ନ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଆଜିର ଏହି ଭଷାଣୀ ଶୋଭାଯାତ୍ରାରେ ଯାତ୍ରା କମିଟି ସଭାପତି ଦିଲ୍ଲୀପ ପାତ୍ର, ସମ୍ପାଦକ ଜନ୍ମେଞ୍ଜୟ ପାତ୍ର, ଉପ ସଭାପତି ଆନନ୍ଦ ପାତ୍ର, ସହ ସଂପାଦକ ସତ୍ୟ ନାରାୟଣ ରାଓ, ସୁରଜ ପାତ୍ର, ପ୍ରଦ୍ୟୁମ୍ନ ପାତ୍ର, ରାଜୁରାଓ, ମନୋରଞ୍ଜନ ତ୍ରିପାଠୀ, ବୈକୁଣ୍ଠ ପାତ୍ର, ଅକ୍ଷୟ ପାତ୍ର, ଦୟାନିଧି ପାତ୍ର, ଗୋବିନ୍ଦ ପାତ୍ର, ପୁରୁଷୋତ୍ତମ ପାତ୍ର, ସନ୍ତୋଷ ପାତ୍ର, ଶ୍ରୀରାମ ପାତ୍ର, ସ୍ୱାଗତଂ ପାତ୍ର, ସୁଦର୍ଶନ ପାତ୍ର (ଲୁଲୁ ), ବିଶ୍ୱନାଥ ପାତ୍ର, ନାଗେସୁ ପାତ୍ର, ଅକ୍ଷୟ ପାତ୍ର, ବୈକୁଣ୍ଠ ପାତ୍ର ପ୍ରମୁଖ ପଡାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶୋଭାଯାତ୍ରାରେ ହଜାର ହଜାର ଦର୍ଶକ ସାମିଲ୍ ହୋଇଥିବା ଦେଖାଯାଇଥିଲା ।