ସୁବର୍ଣ୍ଣପୁର ଜିଲ୍ଲାରେ ୨୩ରେ ଖୋଲିବ ବିଦ୍ୟାଳୟ

ସୁବର୍ଣ୍ଣପୁର :-ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ବିଦ୍ୟାଳୟ ଖୋଲିବା ନେଇ ଆଜି ଏକ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଆଜି ( ପତ୍ର ସଂଖ୍ୟା ୬୬ ତା.୨୦/୦୬/୨୩ ) ରେ ବିଦ୍ୟାଳୟ ଖୋଲିବା ନେଇ କାର୍ଯ୍ୟ ସୂଚୀ ଉଲ୍ଲେଖ କରିଛନ୍ତି । ୨୩ ଓ ୨୪ ତାରିଖ ସକାଳ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ ଅର୍ଥାତ ସକାଳୁଆ ହେବ । ଏହି ମଧ୍ୟରେ ସକାଳ ୮ ରୁ ୮.୩୦ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଦିଆଯିବ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଗତକାଲି ଅର୍ଥାତ ୧୯ ତାରିଖ ରେ ସମସ୍ତ ବିଦ୍ୟାଳୟ ଖୋଲିବାର ଥିଲା । ମାତ୍ର ରାଜ୍ୟ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ । ପରେ ରାଜ୍ୟ ସରକାର ଜିଲ୍ଲାପାଳ ମାନେ ସମ୍ପୃକ୍ତ ଜିଲ୍ଲାର ପରିସ୍ଥିତି ଦେଖି ପଦକ୍ଷେପ ନେବାକୁ କ୍ଷମତା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିଦ୍ୟାଳୟ ଖୋଲିବା ନେଇ ଆଜି ନିର୍ଦ୍ଦେଶ ନାମା ଜାରି କରିଛନ୍ତି ।

Comments (0)
Add Comment