ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କୁମାରାପୁର ପଂଚାୟତ କଲ୍ୟାଣ ମଣ୍ଡପ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ରାଜ୍ୟ ସରକାରଙ୍କର କୃଷି କୃଷକ ସଶକ୍ତିକରଣ ମାଛ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତିଥି ଭାବରେ ଯୋଗ ଦେଇ କହିଲେ ଓଡିଶା ଓ ଆଠଗଡରେ ରକ୍ତ ବିନା ଯେପରି କାହାର ମୃତ୍ୟୁ ନହେବ ସେଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୂଷ୍ଟି ଯୋଗୁ ଆମ ଆଠଗଡ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ରକ୍ତଦାନ ଶିବିର କରାଯାଉଅଛି । ଆଜି କୁମାରପୁର ପଂଚାୟତରେ ଏସ୍ସିବି କଟକ ତରଫରୁ ରେଡକ୍ରସଡାକ୍ତରମାନଙ୍କ ଦ୍ୱାରା ରେକର୍ଡ ସଂଖ୍ୟା ୩୫୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ରକ୍ତଦାନ ଶିବିରରେ ଆଠଗଡ ପଂଚାୟତ ସମିତି ଅଧକ୍ଷା ମିନତୀ ଆଚାର୍ଯ୍ୟ ମାନ୍ୟବର ମନ୍ତ୍ରୀଙ୍କ ଆଠଗଡ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଦୁଇ ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟା ମିନତୀ ଗାଗରାଇ, କୁମାର ପୁର ସରପଞ୍ଚ ମଞ୍ଜୁଲତା ନାୟକ ଭୋଗରା , ସରପଞ୍ଚ ଅଜିତ କୁମାର ଦାସ , ଛଗାଁ ସରପଞ୍ଚ ତୁଷାର କାନ୍ତ ସାହୁ , ଗୋବରା ସରପଞ୍ଚ ପ୍ରଭାତ ଥଟୋଇ କଣ୍ଡେରେଇ ସରପଞ୍ଚ ଜ୍ଞାନ ରଞ୍ଜନ ଦାସ , ରାଧାକିଶୋରପୁର ସରପଞ୍ଚ ବିନୋଦ ମାଝୀ , ବଡ଼ସାମନ୍ତପୁର ସରପଞ୍ଚ ବିଶ୍ୱ ଜିତି ମାଝୀ ରଂଜିତ ରାଉତ ନୃସିଂହ ଚରଣ ସାହୁ , ସୋମା ସାଏ , ମନୋରଞ୍ଜନ ରାଉତ , ନାରୀ ନେତ୍ରୀ ମିତାଲି ରାଉତ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଗୋଟିଏ ପଂଚାୟତରେ ଏତେ ରେକର୍ଡ ସଂଖ୍ୟା ରକ୍ତ ସଂଗ୍ରହ ଅନ୍ୟ ପଂଚାୟତ ମାନଙ୍କ ପାଇଁ ଉଦାହରଣ ହେବ ବୋଲି କହିଥିଲେ । ଏହି ଶିବିରରେ ଆଠଗଡ ଜୀବନ ବିନ୍ଦୁ ସଂଯୋଜକ ରାକେଶ ଦାସ ଓ ଶିଶିର ପ୍ରସାଦ ମାନସିଂହ, ଶାମ୍ୟ ପ୍ରସାଦ ପଣ୍ଡା, ବିଜୁ ଛାତ୍ର ମହିଳା ଜନତା ଦଳରକର୍ମୀ ମାନେ ସହଯୋଗ କରିଥିଲେ ।