ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସୋନପୁର :-ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସାଗରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ଆୟଭୀତିକ ମେଧାବୃତ୍ତି ପରୀକ୍ଷା ସମର୍ଦ୍ଧନା ଉତ୍ସବ ପାଳିତ ହୋଇଛି । ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ମୁଖ୍ୟ ଅତିଥି ଓ ସାଗରପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନିଷ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଦିଗଦର୍ଶନ ଦେଇଥିଲେ । ସଭା କାର୍ଯ୍ୟକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଲେଖ ସାହୁ ପରିଚାଳନା କରିଥିଲେ । ଗତ ବର୍ଷ ବିଦ୍ୟାଳୟର ଛାତ୍ରୀ ପଦ୍ମାଳୟା ବାରିକ ଓ ଛାତ୍ର ଆନନ୍ଦ ବାରିକ ଜାତୀୟ ଆୟଭୀତିକ ମେଧାବୃତ୍ତି ପରୀକ୍ଷାରେ ସଫଳତାର ସହିତ ପାସ କରି ଥିବାରୁ ସେମାନଙ୍କୁ ପୁରସ୍କାର ଅର୍ପଣ କରାଯାଇ ଥିଲା । ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯକାନ୍ତି ନାଏକ ନିଜର ବକ୍ତବ୍ୟରେ ଏହି ପରୀକ୍ଷାର ସଫଳତାର ମୁଖ୍ୟ ଶ୍ରେୟ ସହକାରୀ ଶିକ୍ଷକ ତରଣୀ ସେନ ମେହେର ଓ ଅଲେଖ ସାହୁଙ୍କୁ ଦେଇ ଥିଲେ । ସୋନପୁର ବ୍ଲକରେ ଓଡ଼ିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ କେବଳ ଆମର ବିଦ୍ୟାଳୟକୁ ଏହି ସଫଳତା ମିଳିଛି ବୋଲି କହି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବର୍ଷର ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଇ ଜଣଙ୍କୁ ବାଛି ବିଦ୍ୟାଳୟ ପକ୍ଷରୁ ଦୁଇଟି ଜାତୀୟ ଆୟଭୀତିକ ମେଧାବୃତ୍ତି ପରୀକ୍ଷା ଗାଇଡ଼ ପ୍ରଦାନ କରାଯାଇଥିଲା । ଅନ୍ୟ ସହକାରୀ ଶିକ୍ଷକ ତୃପ୍ତିବାଳା ପୁରୋହିତ, ସୁବାଶିନୀ ମେହେର, ମାମି ପଧାନ, ନିରୁପମା କର ଓ ତରଣୀ ସେନ ମେହେର ସଭାରେ ଯୋଗ ଦେଇଥିଲେ ।

Comments (0)
Add Comment