ପୁରୀ : ଆସନ୍ତା ଜୁନ ୨୦ ତାରିଖରେ ଅନୁଷ୍ଠିତ ହେବ ଚଳିତ ୨୦୨୩ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ସେ ନେଇ ଆରମ୍ଭ ହେଲା ପ୍ରଥମ ରଥଯାତ୍ରାର ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ । ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା,ବାହୁଡା,ସୁନାବେଶ ଭଳି ପ୍ରମୁଖ ଦିନ ଗୁଡିକରେ କିଭଳି ଭାବରେ ନୀତି ଶୃଙ୍ଖଳିତ ହୋଇପାରିବ ଏବଂ ସୁରକ୍ଷାଠାରୁ ଆରମ୍ଭ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସମସ୍ତ ବିଭାଗ ନିଜର ଦାୟିତ୍ୱ ନିର୍ବାହ କରିବେ ସେନେଇ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡିଛି । ବୈଠକରେ ଏସପି କେ .ବିଶାଳ ସିଂ ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଅଛନ୍ତି ।