ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ,୧୦ ଗୁରୁତର

ହରଭଙ୍ଗା :୫୭ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ । ଏଥିରେ ୧୦ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୧୦ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ (OD02BK1260)ସାହିଲ ନାମକ ଯାତ୍ରୀବାହୀ ବସ ବଡମ୍ବାରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ବେଳେ ବସରୁ କିଛି ଯାତ୍ରୀ ପରିସ୍ରା କରିବା ପାଇଁ ଗାଡିଟି ଚାରିଛକ ତହସିଲ ଅଫିସ ନିକଟରେ ଅଟିକି ରହିଥିଲା । ଠିକ୍‌ ସେତିକି ବେଳେ ପଛ ପଟୁ ଆସୁଥିବା ଏକ ଦାନ ବୋଝେଇ (OD25F1177)ନଂ ଥିବା ଟ୍ରକ ବସକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବସଟି ରାସ୍ତାର ୩ଫୁଟ ତଳକୁ ଖସି ପଡ଼ିଥିଲା । ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଯାତ୍ରୀମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇଥିଲେ । ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment