ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ପଡିଲା ତାଲା

ହରଭଙ୍ଗା :ବିଭିନ୍ନ ସମୟରେ ଶିକ୍ଷା ବିଭାଗ, ଶିକ୍ଷକ ଅଦଳ ବଦଳ ଓ ଶିକ୍ଷକ ନିଯୁକ୍ତି ଦାବି ନେଇ ଅନେକ ସ୍ଥାନର ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପୋଚ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅଭିଭାବକ, ଛାତ୍ର ଛାତ୍ରୀ ଓ ସ୍କୁଲ ପରିଚାଳନା କମିଟି ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ଅନୁଯାଇ ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀରେ ୧୦୫ଜଣ ଛାତ୍ରଛାତ୍ରୀ ଥିବାବେଳେ ୩ଜଣ ଶିକ୍ଷକ ଶିକ୍ଷା ଦାନ କରୁଥିବାରୁ ପାଠପଢାରେ ଅବ୍ୟବସ୍ଥା ଓ ସରକାରଙ୍କ ରୂପାନ୍ତରିତ କାର୍ଯ୍ୟକ୍ରମ ଫେଲ ହୋଇଥିବାର ଦେଖିବାକୁ ମିଳିଛି । ଏହା ଉପରେ ସ୍କୁଲ ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ପରିଚାଳନା କମିଟିର ମତାମତ, ଯେତେଦିନ ପର୍ଯ୍ୟନ୍ତ ଆଉ ୩ଜଣ ଶିକ୍ଷକଙ୍କୁ ନିଯୁକ୍ତି କରାନଯାଏ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ।

Comments (0)
Add Comment