ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ପଞ୍ଚାୟତର ମୁଖ୍ୟ ଆର୍ଡି ରାସ୍ତାଠାରୁ ଶ୍ରୀରାମପୁର୍ ଗ୍ରାମ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇଛି । ମାର୍ଚ୍ଚ ୨୦୨୨ରୁ କାର୍ଯ୍ୟ ଆରମ୍ଭ ହୋଇ ଫେବୃଆରୀ୨୦୨୩ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଥିଲା । ଏହି ରାସ୍ତାର ଲମ୍ବ ୮.୫ କିମି ଥିଲା ବେଳେ ରାସ୍ତାରେ ୧୫ ଟି ପୋଲ ନିର୍ମାଣର ଯୋଜନା କରାଯାଇଛି । ଏଥିରେ ୧.୯୫୦ କିମି କଙ୍କ୍ରିଟ୍ ରାସ୍ତା ନିର୍ମାଣ ହେବାକୁ ଥିବା ବେଳେ ୬.୫ କିମି ପିଚୁ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଇଛି । ମାତ୍ର ଦୁର୍ଭାଗ୍ୟ ଓ ବିଡ଼ମ୍ବନାର ବିଷୟ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇପାରି ନାହିଁ । ପଶ୍ଚିମାଝଡ଼ ପ୍ରଭାବରେ ଦୁଇ ଦିନ ମଧ୍ୟରେ ଅସରାଏ – ଦିଅସରା ବର୍ଷାରେ ମାଟି ରାସ୍ତାର ଅବସ୍ଥା ବେହାଲ୍ ହୋଇପଡିଛି । ଫଳରେ ପଥଚାରୀ, ରୋଗୀ ଏପରିକି ସ୍କୁଲ ଛାତ୍ରଛାତ୍ରୀ ଘୋର ଦୁର୍ଦ୍ଦଶାର ସମ୍ମୁଖିନ ହୋଇଛନ୍ତି । କାଦୁଅ ରାସ୍ତାରେ ପଡି ବହୁ ପଥଚାରୀ ଆହତ ହେଉଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ନିମନ୍ତେ ଅଞ୍ଚଳବାସୀ ଦାବୀ କରିଛନ୍ତି ।