ବିଧାନସଭାରେ ଉଠିଲା ବନ୍ୟା ପ୍ରସଙ୍ଗ, ମନ୍ତ୍ରୀ କହିଲେ ବଡ କଥା

ଭୁବନେଶ୍ଵର: ବିଧାନସଭାରେ ଉଠିଲା ବନ୍ୟା ପ୍ରସଙ୍ଗ । ଶୂନ୍ୟକାଳରେ ରାଜ୍ୟର ବନ୍ୟା ସ୍ଥିତି ନେଇ ବିବୃତ୍ତି ରଖିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । କହିଲେ ଓଡିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶାରେ ୪ ମାସରେ ୩୦ ପ୍ରତିଶତ ଠାରୁ ଅଧିକ ବର୍ଷା ହୋଇଛି । ଦୁଇ ମାସରେ ୧୨ ଟି ଲଘୁଚାପ ସୃଷ୍ଟି ହୋଇଛି । ଏଥିରୁ ୪ଟି ଅବପାତରେ ପରିଣତ ହୋଇଛି । ଓଡ଼ିଶାରେ ୨୩ରୁ ଅଧିକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ । ଲୋକଙ୍କ ସହ ବସି ଦିଆଯାଉଥିବା ଖାଦ୍ୟର ମାନ ପରଖିଥିଲେ । ପୂର୍ବରୁ ଯାଜପୁର ଓ ଭଦ୍ରକ ଯାଇ ପାଣି ଭିତରେ ପଶି ବନ୍ୟା ସ୍ଥିତିର ସମୀକ୍ଷା କରିଥିଲୁ । କଣ ବ୍ୟବସ୍ଥା କଲେ ଆଗକୁ ବର୍ଷା ଆସିଲେ ଏଭଳି ସ୍ଥିତି ହେବ ନାହିଁ ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି । ବିପର୍ଯ୍ୟୟର ସ୍ଥାୟୀ ସମାଧାନ ଆମର ମୂଳ ଲକ୍ଷ୍ୟ ।
ରାଜସ୍ଵ ମନ୍ତ୍ରୀ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଫସଲ, ଘର ସହ ପନିପରିବା ଓ ମକା ଚାଷ କ୍ଷତିପୂରଣ ପାଇଁ ଏକ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ବନ୍ୟା ପରେ ଭିତ୍ତିଭୂମି ସୁଦୃଢ କରାଯିବା ସହ ଆଗକୁ ଏଭଳି ନହେବା ପାଇଁ ଆଇଆଇଟି ସର୍ଭେ କରିବ । ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟାଞ୍ଚଳ ଯାଇଥିଲୁ । ଲୋକ ଓ ପ୍ରଶାସନଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ଏହାର ମୁକାବିଲା ପାଇଁ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯାଉଛି ।

Comments (0)
Add Comment