ଚୁଲାଭାଟରେ ଆତଙ୍କ, ପୁଣି ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା : ନୂଆପଡ଼ା ରେଞ୍ଜ ଅଧିନ ଚୁଲାଭାଟ ଗାଁରେ ବାଘ ଆତଙ୍କ । ଗୁରୁବାର ରାତିରେ ବୁଲାଭାଟ ଗାଁର ଗୋବର୍ଦ୍ଧନ ମାଝୀଙ୍କ ଗାଈକୁ ମାରି ଖାଇଲା ବାଘ । ସୂଚନାନୁଯାୟୀ, ଗୁରୁବାର ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା । ଜଙ୍ଗଲରେ ମହୁଲ ଖାଇବା ଆଶାରେ ରହିଯାଇଥିଲା ଗାଈ । ବାଘ ଭୟରେ ପରିବାର ଲୋକେ ଗାଈକୁ ଖୋଜିବାକୁ ଯାଇନଥିବାବେଳେ ଆଜି ସକାଳେ ଜଙ୍ଗଲ ଭିତରେ ଗୋବର୍ଦ୍ଧନଙ୍କ ଗାଈର ମୃତଦେହ ପଡିଥିଲା । ତେବେ ପାରିପାର୍ଶ୍ୱକ ସ୍ଥିତିରୁ ଗାଈକୁ ବାଘ ଶିକାର କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏନେଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗାଈର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment