ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ କରାଯାଇଛି । ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ନେତାମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଫ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଗଣଧାରଣା ଦେଇଥିଲେ । ସମ୍ପ୍ରତି ସ୍ଥିତିରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତାଫା ଦାବିରେ ଗଜପତି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶାସକ ଦଳର ମନ୍ତ୍ରୀଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କରାଗଲା । ରାଜ୍ୟରେ ନେତା ମନ୍ତ୍ରୀ ଯେତେବେଳେ ଅସୁରକ୍ଷିତ, ସେତେବେଳେ ସାଧାରଣ ଜନତା କେତେ ସୁରକ୍ଷିତ । ଆବସଯୋଜନା, ଧାନ ମଣ୍ଡି, ଚାକିରୀରେ ନିଯୁକ୍ତି ଏହି ଭଳି ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଁଚି ସାରିଲାଣି ମୁଖ୍ୟମନ୍ତ୍ରୀଙ୍କ ଅପରାଗତା ଯୋଗୁଁ ରାଜ୍ୟରେ ଏଭଳି ଅରାଜକତା ଚାଲିଛି । ତେଣୁ ଏହିଭଳି ମୁଖ୍ୟମନ୍ତ୍ରୀ ଶାସନ ଗାଦିରୁ ହଟିଯାଇ ଇସ୍ତଫା ଦେବା ଦରକାର ବୋଲି ବିଧାୟକ କେ ନାରାୟଣ ରାଓ ଗଣମଧ୍ୟାନମକୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମହାପାତ୍ର, ସିଦେ୍ଧଶ୍ୱର ମିଶ୍ର, ସି ଏଚ ସୀମାଦ୍ରୀ, ଅରୁଣୀମା ସାହୁ, ଶ୍ରୀଧର ନାଇଡୁ, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ରାମ କୃଷ୍ଣ ପାଇକ, ଅନୀଲ କୁମାର ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ରହି ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।