ଫୁଲବାଣୀ ଓକିଲ ସଂଘର ସାଧାରଣତନ୍ତ୍ର ଦିବସ ପାଳିତ

ଫୁଲବାଣୀ: ବୁଧବାର ଫୁଲବାଣୀ କୋର୍ଟ ପରିସରରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଫୁଲବାଣୀ ଓକିଲ ସଂଘର ସଭାପତି ସିଧେଶ୍ୱର ଦାଶ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଙ୍ଘର ସମ୍ପାଦକ ଅଜିତକୁମାର ପଟ୍ଟନାୟକ, ସହ ସମ୍ପାଦକ ପ୍ରଦୀପ୍ତ ରଞ୍ଜନ ନାୟକ, କାର୍ଯ୍ୟକାରୀ ସଦସ୍ୟ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଗୌରୀ ଶଙ୍କର ବେହେରା, ଦୁର୍ଗା ପଟ୍ଟନାୟକ, ପଙ୍କଜ ଦିଗାଲ, ବିରେନ୍ଦ୍ର ସୁବୁଦ୍ଧିଙ୍କ ସମେତ ଆଇନଜୀବି ଚନ୍ଦ୍ର ଶେଖର ମିଶ୍ର, ରବି ନାରାୟଣ ମିଶ୍ର, ବଇଁଶୀ ମହାପାତ୍ର, ଦେବବ୍ରତ ପ୍ରଧାନ, ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ମହାରଣା, ବନମାଳୀ ବେହେରା, ଭଗବାନ ମହାନ୍ତି, ମନୋଜ ପଟ୍ଟନାୟକ, ଅଶୋକ ବିଷୋୟୀ, ଅଗସ୍ତି ଯାନୀ, ନିହାରିକା ପାତ୍ର, ଡି ବାନାର୍ଜୀ, ନମିତା ସାହୁ, ବୀଣାପାଣି ପ୍ରଧାନ, ନଦିତାକୁମାରୀ ପ୍ରମୂଖ ଉପସ୍ଥିତ ଥିଲେ ।

Comments (0)
Add Comment