ପୁରୀ:ବ୍ରାଉନ ସୁଗାର୍ କବଳରେ ଯୁବପିଢି । ପୁରୀରେ ୪ ଅଭିଯୁକ୍ତ ଙ୍କୁ ଜାଲ ବିଛାଇ ଉଠାଇନେଲା ପୋଲିସ ।୫୩୮ ଦଶମିକ ୫ ଗ୍ରାମ ବ୍ରାଉନ ସୁଗାର୍ , ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା,ଗୋଟିଏ ଦେଶୀ ବନ୍ଧୁକ,୪ ଅଫୁଟା ଜୀବନ୍ତ ଗୁଳି,ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ ଟି ଦୁଇ ଚକିଆ ଗାଡ଼ି ଜବତ ।ପୁରୀ ଲୋକନାଥ ରୋଡ୍ ସ୍ଥିତ ଗଦାଧର ସ୍କୁଲ ସମ୍ମୁଖରେ ଡିଲ୍ ବେଳେ ଧରାପଡିଲେ ଅଭିଯୁକ୍ତ ।
ପୁରୀ ଜିଲ୍ଲାରେ ନିଶାଦ୍ରବ୍ୟ ପ୍ରସାରକୁ ବନ୍ଦ୍ କରିବା ପାଇଁ, ପୁରୀ ପୋଲିସ ଅଧିକ୍ଷକ ପୁରୀର ଡିଏସପି ସିଟିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ । ୧୬.୦୨.୨୦୨୫ ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ସୂଚନା ମିଳିଥିଲା ଯେ କିଛି ଅନ୍ତଃଜିଲ୍ଲା ନିଶା ବ୍ୟବସାୟୀ ଗଦାଧର ହାଇସ୍କୁଲ ସମ୍ମୁଖ ଚାରି ଚକିଆ ଗାଡ଼ି ପାର୍କିଂରେ ସେମାନଙ୍କର ଗାଡ଼ି ସହିତ ଏକତ୍ରିତ ହୋଇ ବ୍ରାଉନସୁଗାର ଭଳି ଚୋରା ସାମଗ୍ରୀ ବିକ୍ରୟ କରୁଛନ୍ତି । ଏପରି ସୂଚନା ପାଇ ଟାଉନ୍ ପିଏସ୍ର ଏସ୍ଆଇ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ପୁରୀ ପୋଲିସର ଏକ ସ୍ୱତନ୍ତ୍ର ଦଳ ଘଟଣାସ୍ଥଳରେ ଚଢାଉ କରି ଉପରୋକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ବ୍ୟକ୍ତି ଏବଂ ଅନ୍ୟ ଜଣେ ଚତୁରତାର ସହିତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଘଊଚଝ ଆଇନର ସମସ୍ତ ଆଇନଗତ ପ୍ରକ୍ରିୟା ଅନୁସରଣ କରି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେମାନଙ୍କ ନିକଟରୁ ଉପରୋକ୍ତ ସାମଗ୍ରୀ ଜବତ କରାଯାଇଥିଲା । ଯାଞ୍ଚ ପରେ ଜଣାପଡିଛି ଯେ କିଛି ଅଭିଯୁକ୍ତ ବ୍ୟକ୍ତିଙ୍କ ପାଖରେ ଖୋର୍ଦ୍ଧା, ବାଲେଶ୍ୱର ଇତ୍ୟାଦି ଜିଲ୍ଲାରେ ଏନଡିପିଏସ୍ ମାମଲା ଥିବାର ପୂର୍ବ ରେକର୍ଡ ଅଛି । ସେମାନେ ସାଧାରଣତଃ ପଶ୍ଚିମବଙ୍ଗ ପାର୍ଶ୍ୱରୁ ବ୍ରାଉନସୁଗାର ଭଳି ଚୋରା ସାମଗ୍ରୀ ସଂଗ୍ରହ କରନ୍ତି ଏବଂ ବେଆଇନ ଆର୍ଥିକ ଲାଭ ପାଇଁ ଏହାକୁ ବାଲେଶ୍ୱର-ଭଦ୍ରକ-ଯାଜପୁର-କଟକ ଏବଂ ଭୁବନେଶ୍ୱର ଦେଇ ଖୋର୍ଦ୍ଧା ଏବଂ ପୁରୀ ପର୍ଯ୍ୟନ୍ତ ପହଞ୍ଚାନ୍ତି । ଏହି ବେଆଇନ ବ୍ୟବସାୟ ଦ୍ୱାରା ସେମାନେ ବିପୁଳ ଅର୍ଥ ରୋଜଗାର କରନ୍ତି ଏବଂ ସେମାନଙ୍କର ଡ୍ରଗ୍ସ ରାକେଟ ବିସ୍ତାର କରିବା ପାଇଁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରନ୍ତି । ଆଜି ସମସ୍ତ ଗିରଫଦାରଙ୍କୁ କୋର୍ଟରେ ହାଜର କରାଯାଇଛି ।
ବ୍ରାଉନ ସୁଗାର୍ କବଳରେ ଯୁବପିଢି,ପୁରୀରେ ୪ ଅଭିଯୁକ୍ତଙ୍କୁ ଜାଲ ବିଛାଇ ଉଠାଇନେଲା ପୋଲିସ
