୯ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀଙ୍କ ସ୍ଥିତି ସୁଦୃଢ

ଦଶପଲ୍ଲା : ନୟାଗଡ ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ ପାଇଁ ହେଉଥିବା ନିର୍ବାଚନ ଏକପାଖିଆ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦଶପଲ୍ଲା ପଶ୍ଚିମାଞ୍ଚଳରେ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ସ୍ଥିତି ସୁଦୃଢ଼ ନ ଥିବାରୁ ୯ ନଂ ( ବାଣୀଗୋଛା ଜୋନ୍‌ ) ବି ଜେ ଡି ଏକପାଖିଆ ଅକ୍ତିଆର କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଜିଲ୍ଲାର ୨୪ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ନୟାଗଡ଼, ଖଣ୍ଡପଡ଼ା ଏବଂ ଦଶପଲ୍ଲା ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଜୋନ୍‌ରେ ବିଜେଡି ୬ଟି ଲେଖାଏଁ ଜୋନ୍‌ରୁ ୬ ଜୋନ୍‌ ଦଖଲ କରିବାର ସମ୍ଭାବନା ରହିଥିବାବେଳେ, ରଣପୁର ନିର୍ବାଚନମଣ୍ଡଳୀର ୬ଟି ଜୋନ୍‌ରୁ ୩ଟି ବିଜେଡି ଖାତାକୁ ଯିବ ବୋଲି ରାଜନୈତିକ ମହଲରେ ପ୍ରାକଳନ କରାଯାଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରଣପୁରର ୨ଟି ଏବଂ ନୟାଗଡ଼ ନିର୍ବାଚନମଣ୍ଡଳୀର ୨ଟି ଜୋନ୍‌ ପାଇଁ ନିର୍ବାଚନ ଶେଷ ହୋଇଛି । ଜିଲ୍ଲାରେ କଂଗ୍ରେସ ଓ ବିଜେପି ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ପ୍ରଭାବରେ ବିଜେଡ଼ି ଅଜେୟ ହୋଇଉଠୁଛି ବୋଲି ସର୍ବସାଧାରଣରେ କୁହାକୁହି ହେଉଥିବା ଶୁଣିବାକୁ ମିଳୁଛି ।

Comments (0)
Add Comment