କନ୍ଧମାଳକୁ ଲେଉଟିଲା ଶୀତ;ପୁଣି ଦାରିଙ୍ଗବାଡ଼ି ତୁଷାର ପାତ

ବାଲିଗୁଡ଼ା: ରାଜ୍ୟରେ ବାରମ୍ବାର ପାଣିପାଗର ମିଜାଜ ବଦଳିବା ଯୋଗୁଁ ଶୀତ ଓ ବର୍ଷାର ଲୁଚକାଳି ଖେଳ ଚାଲିଥିଲା । ବର୍ତ୍ତମାନ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ପ୍ରକାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଇଁ ଶୁଖିଲା ରହିବ ଓ ରାତିର ତାପମାତ୍ରା ସାମାନ୍ୟ କମିବ ବୋଲି ଆକଳନ ହୋଇଛି । ଏଭଳି ସ୍ଥିତିରେ ଦୁଇଦିନ ହେବ କନ୍ଧମାଳ ଜିଲ୍ଲାରେ ରାତିର ତାପମାତ୍ରା ହ୍ରାସ ପାଇବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ଶୀତ ବଢ଼ିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା,କ.ନୁଆଗାଁ, ତୁମୁଡ଼ିବନ୍ଧ,ବେଲଘର, କୋଟଗଡ଼ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିଥିବା ବେଳେ ଦୀର୍ଘଦିନ ପରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ତେବେ ପୁଣିଥରେ ହଠାତ୍‌ ପ୍ରବଳ ଥଣ୍ଡା କାରଣରୁ ଗ୍ରାମାଞ୍ଚଳରେ ଦିନ ମଜୁରିଆଙ୍କର ଦୁଃଖ ବଢିଯାଇଛି । ଅସହ୍ୟ ଥଣ୍ଡା ପାଇଁ ବୃଦ୍ଧ ବୃଦ୍ଧାଙ୍କ ସାହାରା ପାଳିଟି ନିଆଁ । ସେହିପରି ଦିନ ତମାମ କୋହଲା ପବନ ବହୁଥିବାରୁ ଦିନରେ ମଧ୍ୟ ଶୀତ ଅନୁଭୂତ ହେଉଛି । ଏଥିସହିତ ବିଭିନ୍ନ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣରକୁହୁଡ଼ି ହେଉଥିବା ଦେଖିବାକୁ ମିଳୁଛି ।

Comments (0)
Add Comment