ନିର୍ବାଚନ ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ

ଭୁବନେଶ୍ୱର:ପଂଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ବିଂଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି । ୪୮ ଘଂଟା ପାଇଁ ପ୍ରମିଳା ମଲ୍ଲିକ ପ୍ରଚାର କରିପାରିବେନି । ସେ ଫେବ୍ରୁୁଆରି ୧୪ (ସୋମବାର) ପୂର୍ବାହ୍ନ ୧୦ଟାରୁ ରାଜ୍ୟର କୌଣସି ସ୍ଥାନରେ ନିର୍ବାଚନ ପ୍ରଚାର କରିପାରିବେ ନାହିିଁ ପ୍ରମିଳା ମଲ୍ଲିକ ।

ଅପରପକ୍ଷରେ ରାଜ୍ୟ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ଦ୍ୱାରା କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ନିର୍ବାଚନ ପ୍ରଚାର ସମୟରେ ମୁଁ କିଛି ନିୟମ ଉଲ୍ଲଂଘନ କରିନାହିଁ । ଜିଲ୍ଲାପାଳ ଯାହା ରିପୋର୍ଟ ମାଗିଛନ୍ତି, ତାହା ଦେବି । ମୁଁ ପ୍ରଚାର କରିବି । ଯାଜପୁର ଜିଲ୍ଲାପାଳ କହିଛନ୍ତି ଯେ ବିଂଝାରପୁର ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ଜରିଆରେ ବିଧାୟକ ଶ୍ରୀମତୀ ମଲିକଙ୍କୁ ନୋଟିସ ନଂ ୫୯୩/୧୧.୨.୨୦୨୨ରେ ଏକ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ଏହାର ଉତର ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments (0)
Add Comment