ଟାଟା ଏସି ଧକ୍କାରେ ସାଇକେଲ ଆରୋହୀ ମୃତ

ଘସିପୁରା: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଏନଏଚ ନଂ ୨୦ ଘଷିପୁରା ଶନି ମନ୍ଦିର ଛକ ନିକଟରେ ଗୋଟିଏ ଟାଟା ଏସି ଗାଡି ସହିତ ଜଣେ ସାଇକେଲ ଆରୋହୀ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଘଷିପୁରା ଗ୍ରାମର ବୃନ୍ଦାବନ ସାହୁଙ୍କ ପୁଅ କୁଳମଣି ସାହୁ (୪୦) ।

ସୂଚନା ଅନୁସାରେ, କୁଳମଣି ସାଇକେଲରେ ଶନି ମନ୍ଦିର ଛକ ଆଡ଼େ କୈାଣସି କାମରେ ଯାଉଥିବା ବେଳେ ହଠାତ୍ ଛକ ନିକଟରେ ଏକ ଟାଟା ଏସି ଗାଡି ସହିତ ଧକ୍କା ହୋଇଥିଲା । କୁଳମଣିକୁ ଘସିପୁରା ଦମକଳ ବାହିନୀ ଦ୍ବାରା ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର କୁଳମଣିକୁ ମୃତ ଘୋଷଣା କରିଥିଲେ । ଘଷିପୁରା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

Comments (0)
Add Comment