ଗଞ୍ଜାମ : ରିଜିଲିୟସ ପ୍ରକଳ୍ପ ଅଧୀନରେ ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡ଼ା ଠାରେ ପ୍ରତିଷ୍ଠା କରାଯାଇଥିବା ସ୍ମାର୍ଟଟେକ୍ ଫାର୍ମରସ୍ ପ୍ରମୋଟର କମ୍ପାନୀ ଲିମିଟେଡ଼ ଓ ସ୍ୱାମୀନାଥନ ଫାଉଣ୍ଡେସନ ମିଳିତ ସହଯୋଗରେ
ବିଭିନ୍ନ ଶସ୍ୟର ବିହନ ଉତ୍ପାଦନ ଓ ପନିପରିବା ବିକ୍ରୀବଟା ନିମନ୍ତେ ପ୍ରାଇଭେଟ୍ ସେକ୍ଟରର କର୍ମକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ରହ୍ମପୁର ମଣ୍ଡଳ କୃଷି ଜିଲ୍ଲା ଅଧିକାରୀ ଅକ୍ଷୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୋଳନ୍ଥରା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟବୈଜ୍ଞାନିକ ସସ୍ମିତା ମହାନ୍ତି ଯୋଗ ଦେଇଥିବା ବେଳେ ରୋଗ ପୋକ ବୈଜ୍ଞାନିକ ସନ୍ଦୀପ ମହାନ୍ତି, ଆରଏମସିର ସମ୍ପାଦକ ଅରୁଣ କୁମାର ମିଶ୍ର, ରାଜ୍ୟ ବିହନ ନିଗମର ଆଞ୍ଚଳିକ ପରିଚାଳକ ସୁବାଷ ଚନ୍ଦ୍ର ବେହେରା, ବିହନ ପ୍ରାମାଣିକ ଅଧିକାରୀ କୁମାରବର ପ୍ରଧାନ, ବ୍ଲକ ସହାୟକ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ମହାନ୍ତି, ଇଫକୋ ମାର୍କେଟିଂ ମ୍ୟାନେଜର ତାପସ ରଞ୍ଜନ ସାହୁ ଓ ସଂସାରୀ ପ୍ରଧାନ ବ୍ରହ୍ମପୁର ଓ ରଣ୍ଡା ଅଞ୍ଚଳର ପନିପରିବା ଚାଷୀ ଓ ବିହନ ବ୍ୟବସାୟୀ ଯୋଗ ଦେଇଥିଲେ । କୃଷକ ଉତ୍ପାଦକ କମ୍ପାନୀର ସମସ୍ତ ନିର୍ଦ୍ଦେଶକ ଓ ଅଗ୍ରଣୀ ଚାଷୀମାନେ ଯୋଗ ଦେଇଥିଲେ । ଚାଷୀମାନଙ୍କ ଦ୍ୱାରା ଉନ୍ନତ ବିହନ ଉତ୍ପାଦନ ବିହନ ଚାଷୀ ପଞ୍ଜୀକରଣ, ବିହନର ଗୁଣବତ୍ତା, ପରୀକ୍ଷଣ, ରାସାୟନିକ ସାର ଓ ଔଷଧ ଡିଲର ପଞ୍ଜୀକରଣ, ପନିପରିବା ବର୍ଗୀକରଣ ଓ ଇନାମ ଦ୍ୱାରା ମାର୍କେଟିଂ ପ୍ରକିୟା,ସୁଲଭ ମୂଲ୍ୟରେ ଚାଷୀମାନଙ୍କୁ ସାର, ଆଗାମୀ ଦିନରେ ଏଫ୍ପିଓ ଦ୍ୱାରା ମୃତ୍ତିକା ପରୀକ୍ଷଣ ଓ କୃଷକ ଉତ୍ପାଦକ କମ୍ପାନୀ ଗୁଡ଼ିକ ସୁଦୃଢ଼ୀକରଣ କରିବା ଉପରେ ଆଲୋଚନା ହୋଇଥିଲା । ସ୍ୱାମୀନାଥନ ଫାଉଣ୍ଡେସନ ର ଜିଲ୍ଲା ସଂଯୋଜକ ରବୀନ୍ଦ୍ର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।