ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳା ମୃତ

ବାଲେଶ୍ଵର :ଗାଧୋଇବା ପାଇଁ ହିଟରରେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳା ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ଗାଁରେ। କାହ୍ନୁ ଚରଣ ବୈଶାଖୀଙ୍କ ସ୍ତ୍ରୀ ଯଜ୍ଞଶିନୀ ବେହେରା ଆଜି ସକାଳେ ଗାଧୋଇବା ପାଇଁ ହିଟରରେ ପାଣି ଗରମ କରୁଥିଲେ। ଏତିକିବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇଯାଇଥିଲେ। ପରିବାର ଲୋକ ଉଦ୍ଧାର କରି ଚେତାଶୁନ୍ୟ ଅବସ୍ଥା ରେ ଖଇରା ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୬ ମାସ ପୂର୍ବରୁ ଯାଜ୍ଞଶେନିଙ୍କର ବିବାହ ହୋଇଥିଲା। ତାଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments (0)
Add Comment