ଭୁଷୁଡିଲା ନିର୍ମାଣାଧୀନ ମେଡିକାଲ ଛାତ, ୪ ଆହତ

ଗଣିଆ:ଗଣିଆ ମେଡିକାଲ ପରିସରରେ ନିର୍ମାଣଧିନ ଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ପୋଟିକ ଭୂଷୁଡି ପଡିଥିବା ଜଣାପଡିଛି । ଉକ୍ତ ପୋଟିକର ଛାତ ଆଜି ପଡୁଥିବା ବେଳେ ତଳେ ଦିଆଯାଇଥିବା ଖୁଣ୍ଟ ଭାଡିଆ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଛାତ ଉପରେ ଛିଡା ହୋଇ କାମ କରୁଥିବା ୪ ଜଣ ଶ୍ରମିକ ଗୁରୁତର ହୋଇ ଗଣିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଶ୍ରମିକ ନୟାଗଡ ଶରଧାପୁରର କାଳିଆ ଜେନା, ଦିଲ୍ଲୀପ ନାୟକ,ରାଜା ପ୍ରଧାନ,କାଳିଆ ପ୍ରଧାନ ବୋଲି ଜଣାପଡିଛି । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଫଳରେ ଏଭଳି ନିମ୍ନମାନର କାର୍ଯ୍ୟ ହୋଇଥିବା ଜଣାପଡିଛି ।

Comments (0)
Add Comment